Latest Odisha News

BREAKING NEWS

ପରୀକ୍ଷା ପେ ଚର୍ଚ୍ଚା: ପିଲାଙ୍କୁ ପରୀକ୍ଷା ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ: ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗୁକୁ ପରୀକ୍ଷା ଆସୁଥିବାରୁ ଚାପମୁକ୍ତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଦିଲ୍ଲୀର ତାଲକୋଟରା ଷ୍ଟାଡିଅମରେ ଆଜି ପ୍ରଧାନମନ୍ତ୍ରୀ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ପରୀକ୍ଷାର୍ଥୀଙ୍କୁ ମୋଦି ପରୀକ୍ଷା ଟିପ୍ସ ଦେବା ସହ, ପିଲାଙ୍କ ସହ ଚନ୍ଦ୍ରାୟନର ଅନୁଭୁତି ବାଂଟିଛନ୍ତି । ଏଥିସହ ପିଲାଙ୍କ ସହ ମିଶିଲେ ମୋତେ ବେଶ୍ ଅନୁଭୂତି ମିଳେ ବୋଲି ସେ କହିଛନ୍ତି । ମୋର କାମ ଅପେକ୍ଷା ମୋତେ ପରୀକ୍ଷା ପେ ଚର୍ଚ୍ଚା ବେଶ୍ ଭଲଲାଗେ । ଏହି ଦଶନ୍ଧି ସମ୍ଭାବନାର ଦଶନ୍ଧି, ଆଉ ଏଥିରେ ପିଲାଙ୍କ ଯୋଗଦାନ ମହତ୍ୱପୂର୍ଣ୍ଣ । ପରୀକ୍ଷା ପାଇଁ ପିଲାଙ୍କ ସହ ବାପା-ମା’ ମଧ୍ୟ ଚାପରେ ରହିଥାନ୍ତି । ମୋତେ ଆପଣଙ୍କ ବାପା-ମା’ଙ୍କ ବୋଝ କମାଇବାକୁ ପଡିବ । ମୁଁ ବି ପରିବାରର ଜଣେ ସଦସ୍ୟ ବୋଲି ପରୀକ୍ଷାର୍ଥୀଙ୍କ ଉଦ୍ଧେଶ୍ୟରେ ମୋଦି କହିଛନ୍ତି ।

ପରୀକ୍ଷା ସମୟରେ ଭାରାକ୍ରାନ୍ତ ରହିବା ଉଚିତ ନୁହେଁ । ମନକୁ ସ୍ଥିର ରଖିବା ଜରୁରୀ । ଏଭଳି ସମୟରେ ସେଲ୍ଫ ମୋଟିଭେସନ୍ ଜରୁରୀ । ଏଥିସହ ମୋଦି ପିଲାଙ୍କ ସହ ଚନ୍ଦ୍ରଯାନର ଅନୁଭୁତି ମଧ୍ୟ ବାଂଟିଛନ୍ତି । ଚନ୍ଦ୍ରଯାନ-୨ ସମୟରେ ମୁଁ ରାତି ସାରା ଉଜାଗର ଥିଲି । ଚନ୍ଦ୍ରଯାନ ବିଫଳ ହେବାପରେ ପୁରା ଭାରତ, ସାରା ବିଶ୍ୱ ଆଗରେ ଟାର୍ଗେଟ ହୋଇଯାଇଥିଲା । ତେବେ ଏହି ଘଟଣାରୁ ଶିଖିବା ଉଚିତ ଯେ, ବିଫଳତାରୁ ହିଁ ଆମେ ସଫଳତା ପାଇପାରିବ । କୌଣସି କାମରେ ବିଫଳ ହେଲେ ବି ଆମକୁ ଆଗକୁ ବଢ଼ିବା ଉଚିତ । ନ ବଢ଼ିଲେ ଆମେ ସେଇଠି ଅଟକିଯିବା ।

ସମ୍ଭାବନା ଓ ଟେକ୍ନୋଲୋଜିର ଭୟ ନିଜ ଭିତରେ ଆଣନ୍ତୁ ନାହିଁ । ସମସ୍ତଙ୍କ ଜୀବନରେ କିଛି କିଛି ଏକ୍ସଟ୍ରା ଆକ୍ଟିଭିଟି କରିବା ଉଚିତ୍ । ବଦଳୁଥିବା ନୂତନ ଜ୍ଞାନକୌଶଳକୁ ନିଜ କବ୍‌ଜାରେ ରଖି ଉତମ ବ୍ୟବହାର କରିବା ଉଚିତ । ନୂତନ ଜ୍ଞାନକୌଶଳର ଆମକୁ ବନ୍ଧୁ ହେବାକୁ ପଡିବ । ମାର୍କ ଗୁରୁତ୍ୱପୂର୍ଣ୍ଣ ହୋଇପାରେ କିନ୍ତୁ ଏହା ସବୁ କିଛି ନୁହେଁ । ନମ୍ବର କମିଗଲେ ପୃଥିବୀ ଓଲଟିଗଲା ପରି ବାପା ମାଆ ଭାବନ୍ତି । ମନକୁ ତାଜା ରଖିବା ପାଇଁ ପ୍ରତିଦିନ କିଛି ନା କିଛି ନୂଆ କରିବା ଓ ନୂଆ ଶିଖିବା ଉଚିତ । ବାପା ମାଆମାନେ ପିଲାଙ୍କ ରୁଚି ଉପରେ ଗୁରୁତ୍ୱ ଦେବା ଜରୁରୀ ବୋଳି ମୋଦି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକ ଭାଗ ନେଇଛନ୍ତି । ଏଥିରେ ଓଡ଼ିଶାରୁ ୨୮ ଜଣ ଛାତ୍ରଛାତ୍ରୀ ସାମିଲ ଅଛନ୍ତି ।

Leave A Reply

Your email address will not be published.