Latest Odisha News

BREAKING NEWS

ସେନା ଗୁଳିରେ ନିପାତ ହେଲେ ୩ କୁଖ୍ୟାତ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେନା ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଉକ୍ତ ଅଚଂଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ସୋମବାର ସକାଳୁ ପୁଲୱାମା ଜିଲ୍ଲାର ଏକ ଅଞ୍ଚଳ ରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଜମ୍ମୁ କାଶ୍ମୀର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଓ ଭାରତୀୟ ସେନାର ଏନ୍‌କାଉଂଟର ସ୍ପେଶାଲିଷ୍ଟ ଟିମ ତୁରନ୍ତ ସେହି ଅଞ୍ଚଳ ରେ ପହଂଚିଥିଲେ । ସେନା ପକ୍ଷରୁ ପୁରା ଅଞ୍ଚଳ କୁ ଘେରାବନ୍ଦି କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ବର୍ଷା କରିଥିଲେ । ଏହାର ଜବାବରେ ସେନା ମଧ୍ୟ ଗୁଳିମାଡ କରିଥିଲା । ପ୍ରତିଆକ୍ରମଣରେ ସେନା ଗୁଳିରେ ୩ ଆତଙ୍କବାଦୀ ଟଳି ପଡିଥିଲେ ।

ଏହାପୂର୍ବରୁ ଗତ ୧୫ ତାରିଖରେ ମଧ୍ୟ ସେନା ଜମ୍ମୁ କଶ୍ମୀରର ଡୋଡୋ ଅଞ୍ଚଳରେ ଜଣେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର୍ କରି ମରିଥିଲା । ଗତ ୧୨ ତାରିଖରେ ମଧ୍ୟ ଦକ୍ଷିଣ କାଶ୍ମୀରର ତ୍ରାଲରେ ୩ ଜଣ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଥିଲେ ।

Leave A Reply

Your email address will not be published.