Latest Odisha News

BREAKING NEWS

ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି-ଦେଶ ପାଇଁ ଉତ୍କୃଷ୍ଟ ସେବା ପ୍ରଦାନ ଯୋଗୁଁ ଶ୍ରୀ ଅବସର ବେଉରିଆ ସ୍ମରଣୀୟ ହୋଇ ରହିବେ ।  ଓଡିଆ ଭାଷା ଓ ସଂସ୍କୃତିର ଜଣେ ବିଶିଷ୍ଟ ପ୍ରବକ୍ତା ଭାବରେ ତାଙ୍କର ଖ୍ୟାତି ରହିଛି । ତାଙ୍କ ବିୟୋଗରେ ମୁଁ ଦୁଃଖିତ ।  ତାଙ୍କ ବନ୍ଧୁବର୍ଗ ଏବଂ ପରିବାର ପ୍ରତି ଗଭୀର ସମବେଦନା ।  ଓମ୍ ଶାନ୍ତି

ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶ୍ରୀ ବେଉରାଙ୍କ ପରଲୋକ ହୋଇଥିଲା ।  ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଅବସର ବେଉରିଆ  ଅବସର ଗ୍ରହଣ କରିବା ପରେ  ବିଭିନ୍ନ ଉନ୍ନତିମୂଳକ ସାମାଜିକ କାର୍ଯ୍ୟରେ ସେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିବା ସହ  ମାର୍ଗଦର୍ଶନ ଦେଉଥିଲେ ।

Leave A Reply

Your email address will not be published.