Latest Odisha News

BREAKING NEWS

କୋଚି ୱାଟର ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କୋଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କେରଳର ତିରୁବନ୍ତପୁରମ ସ୍ଥିତ କେନ୍ଦ୍ରୀୟ ଷ୍ଟାଡିୟମଠାରେ ୩୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆଜି (୨୫.୪୨୦୨୩) ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ କୋଚି  ୱାଟର ମେଟ୍ରୋର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ , ତିରୁବନ୍ତପୁରମଠାରେ ବିଭିନ୍ନ ରେଳ ପ୍ରକଳ୍ପ ଓ ଡିଜିଟାଲ ବିଜ୍ଞାନ ଉଦ୍ୟାନ ଶିଳାନ୍ୟାସ ଅନ୍ତର୍ଭୁକ୍ତ । ପୂର୍ବରୁ ପ୍ରଧାନମନ୍ତ୍ରୀ ତିରୁବନ୍ତପୁରମ ଓ କାଶରଗଡ ମଧ୍ୟରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ ।

ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ କୋଚିର ପ୍ରଥମ ୱାଟର ମେଟ୍ରୋ ଏବଂ ବିିଭିନ୍ନ ରେଳବାଇ ବିକାଶ ପ୍ରକଳ୍ପ ଅନ୍ତର୍ଭୁକ୍ତ ବୋଲି କହିଥିଲେ।  ଏହିସବୁ ବିକାଶମୂଳକ ପ୍ରକଳ୍ପ ନିମନ୍ତେ ସେ କେରଳ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

କୋଚି ୱାଟର ମେଟ୍ରୋ ଏକ ଭାରତ ତିଆରି ପ୍ରକଳ୍ପ ଓ ଏଥିପାଇଁ ସେ କୋଚି ବନ୍ଦର ଓ ସିପ୍ ୟାର୍ଡକୁ ବିକାଶ ପାଇଁ ଅଭିନନ୍ଦନ ଜଣାଇଥିଲେ । କୋଚି ୱାଟର ମେଟ୍ରୋ କୋଚି ଆଖପାଖରେ ରହୁଥିବା  ଜନସାଧାରଣଙ୍କ ନିମନ୍ତେ ଆଧୁନିକ ତଥା ଶସ୍ତା ପରିବହନ ସଂଯୋଗ ଯୋଗାଇବା ସହ ବସ୍ ଟର୍ମିନାଲ ଓ ମେଟ୍ରୋ ନେଟୱାର୍କ ସହ ଯୋଗାଯୋଗ ସୁବିଧା କରାଇବ । ଏହା ରାଜ୍ୟରେ ଜଳବେଷ୍ଟିତ ଭୂଭାଗ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହ ଯାନବାହନ ଗହଳି ମଧ୍ୟ ହ୍ରାସ କରିବ । ଦେଶର ଅନ୍ୟାନ୍ୟ ରାଜ୍ୟ ନିମନ୍ତେ କୋଚି ୱାଟର ମେଟ୍ରୋ ଏକ ଆଦର୍ଶ  ହେବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ।

ପ୍ରଧାନମନ୍ତ୍ରୀ ମଙ୍ଗଳବାର ୩୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ କୋଚି ୱାଟର ମେଟ୍ରୋ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପ କୋଚି ଆଖପାଖର ଦଶଟି ଦ୍ୱୀପକୁ ବ୍ୟାଟେରୀ ଚାଳିତ ଇଲେକଟି୍‌ର ହାଇବ୍ରିଡ ନୌକା ଜରିଆରେ ସଂଯୋଗ କରୁଛି ।

କୋଚ ୱାଟର ମେଟ୍ରୋ ରେଳ ବ୍ୟତୀତ ଡିଣ୍ଡିଗୁଲ-ପାଲାନୀ ପାଲ୍‌କାନ ସେକ୍ସନ ରେଳ ବିଦ୍ୟୁତୀକରଣ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ତିରୁବନ୍ତପୁରମ, କୋଝିକୋଡ-ଭାରକାଲା- ଶିବଗିରି ରେଳଷ୍ଟେସନ ନବୀକରଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି । ତିରୁବନ୍ତପୁରମ-ସୋର୍ଣ୍ଣୁର ସେକ୍ସନର ଗତି ବୃଦ୍ଧି ସହ ନିମୋନ ଓ କୋଚୁଭେଲୀ ଓ ତିରୁବନ୍ତପୁରମର ବ୍ୟାପକ ଉନ୍ନୟନ କାର୍ଯ୍ୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ।

Leave A Reply

Your email address will not be published.