Latest Odisha News

BREAKING NEWS

ଖରାଦିନେ ବ୍ୟବହାର କରନ୍ତୁ ଏହି ସ୍କବ୍ର…..

ଖରାଦିନ ହେଉକି ଶୀତଦିନ ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାଆନ୍ତି । ସେ ବାହାଘର ହେଉକି ପୂଜା ପାର୍ବଣ ସୁନ୍ଦର ଦେଖାଯିବା ପାଇଁ ତ୍ବଚାରେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତି । ଯାହା ଆପଣଙ୍କ ତ୍ବଚା ପାଇଁ ଲାଭ ହେବା ସହିତ କ୍ଷତି ମଧ୍ୟ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ହଳଦିର ଏହି ସ୍କ୍ରବ ବିଷୟରେ ଜଣାଇବୁ ଯାହାକୁ  ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚାରେ ଚମକ ଦେଖାଯିବ ।

ହଳଦିରେ ରହିଛି ଆଣ୍ଟିଅକ୍ସିଡେଣ୍ଟସ, ଆଣ୍ଟି-ମାଇକ୍ରୋବିଅଲ ଏବଂ ଆଣ୍ଟି ଇମ୍ଫଲେମେଣ୍ଟାରୀର ଗୁଣ ଯାହା ଆପଣଙ୍କ ତ୍ବଚାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ । ଏହା କେବଳ ଚେହେରାରେ ଚମକ ଆଣିନଥାଏ ବରଂ ଆପଣଙ୍କୁ ଅନେକ ପ୍ରକାରର ସଂକ୍ରମଣ ଠାରୁ ମଧ୍ୟ ଦୂରେଇ ରଖିଥାଏ। ହଳଦୀର ଏହି ସ୍କ୍ରବକୁ ବ୍ୟବହାର କରିବା ଦ୍ବାରା ଚର୍ମ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏହି ସ୍କ୍ରବ୍‌କୁ କିପରି ପ୍ରସ୍ତୁତ କରିବା…. ପ୍ରଥମେ ଏକ ପାତ୍ରରେ ୨ ବଡ ଚାମଚ ହଳଦୀ ସହିତ ୨ ବଡ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏଥିରେ ୧ ବଡ ଚାମଚ ଚିନି ମିଶାଇ ଦିଅନ୍ତୁ । ଯଦି ଆପଣଙ୍କ ତ୍ବଚା ଅଧିକ ଡ୍ରାଏ ତେବେ ପେଷ୍ଟ ପ୍ରସ୍ତୁତ କରିବା ସମୟରେ ମହୁର ମାତ୍ରା ଅଳ୍ପ ବଢ଼ାଇ ଦିଅନ୍ତୁ ।

ତ୍ୱଚାରେ ସ୍କ୍ରବ ଲଗାଇବା ପୂର୍ବରୁ ତ୍ବଚାକୁ ଭଲଭାବେ ଧୋଇ ସଫା କରିଦିଅନ୍ତୁ। ପରେ ଏହି ସ୍କ୍ରବକୁ ତ୍ବଚା ଏବଂ ବେକରେ ଲଗାଇ ଦିଅନ୍ତୁ । ତା ପରେ ଦୁଇ ତିନି ମିନିଟ ପର୍ଯ୍ୟନ୍ତ ସ୍କ୍ରବକୁ ମାଲିସ କରନ୍ତୁ। କିଛି ସମୟ ପରେ ଧୋଇଦିଅନ୍ତୁ । ତେବେ ଏହି ସ୍କ୍ରବ୍‌କୁ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ । ଦେଖିବେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଦିଶିବ ।

 

Leave A Reply

Your email address will not be published.