Latest Odisha News

BREAKING NEWS

ଦେଶରେ ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ବାଚସ୍ପତିଙ୍କ ନିନ୍ଦା, ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ: ଦେଶରେ ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ମାନ୍ୟବର ଲୋକସଭା ବାଚସ୍ପତି ନିନ୍ଦା କରିଛନ୍ତି । ବାଚସ୍ପତିଙ୍କ ଏହି ନିଷ୍ପତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରି ମୋଦୀ ଲେଖିଛନ୍ତି ଯେ, “ମୁଁ ଅତ୍ୟନ୍ତ ଖୁସି ଯେ ମାନ୍ୟବର ବାଚସ୍ପତି ଜରୁରୀକାଳୀନ ସ୍ଥିତିକୁ ଦୃଢ଼ତାର ସହ ନିନ୍ଦା କରିଛନ୍ତି । ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ଗୁରୁତ୍ୱ ଦେଇଛନ୍ତି ଏବଂ କିପରି ଗଣତନ୍ତ୍ରକୁ ଦଳିମକଚି ଦିଆଯାଇଥିଲା ତାହା ଉଲ୍ଲେଖ କରିଛନ୍ତି । ସେ ସମୟରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସମ୍ମାନରେ ନିରବତାର ସହ ଦଣ୍ଡାୟମାନ ହେବା ମଧ୍ୟ ଏଭ ଅଦ୍ଭୁତ ଭାବନା ଆଣିଛି ବୋଲି ନିଜ ପୋଷ୍ଟରେ ଲେଖଛନ୍ତି ମୋଦୀ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିକୁ ୫୦ ବର୍ଷ ତଳେ ଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ ହୋଇଥିଲା । ଆଜିର ଯୁବପିଢ଼ି ଏ ସମ୍ପର୍କରେ ଜାଣିବା ଜରୁରୀ । କାରଣ ସମ୍ବିଧାନକୁ ଦଳିମକଚି ଦେଲେ, ଜନସାଧାରଣଙ୍କ ମତକୁ ଚାପିଦିଆଗଲେ, ସଂସ୍ଥାଗତ ଢାଞ୍ଚାକୁ ନଷ୍ଟ କରିଦିଆଗଲେ କ’ଣ ହୁଏ ଏହା ତାହାର ଉପଯୁକ୍ତ ଉଦାହରଣ । ଏକଛତ୍ରବାଦ କ’ଣ ତାହା ଜରୁରୀକାଳୀନ ସ୍ଥିତି ସମୟରେ ହୋଇଥିବା ଘଟଣାରୁ ଜଣାପଡ଼େ” ।

 

Comments are closed.