Latest Odisha News

ମୋଦୀ ୩.୦; ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ମୋଦି

ନୂଆଦିଲ୍ଲୀ: ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂସଦୀୟ ଦଳ ବୈଠକରେ ମୋଦିଙ୍କ ନାମ ପ୍ରସ୍ତାବ କରିଛନ୍ତି ରାଜନାଥ ସିଂହ । ଯାହାକୁ ସମର୍ଥନ ଜଣାଇଛନ୍ତି ଅମିତ ଶାହ ଓ ନୀତିନ ଗଡ଼କରୀ । ଏହାପରେ ନରେନ୍ଦ୍ର ମୋଦି ଏନ୍‌ଡିଏ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ।

ଲଗାତାର ତୃତୀୟ ଥର ପାଇଁ ଦେଶରେ ଆରମ୍ଭ ହେବାକୁ ଯାଉଛି ମୋଦି ସରକାର। ଦିନକ ପରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ସରକାର ଗଠନ ନେଇ ଆରମ୍ଭ ହୋଇଯାଇଛି କସରତ । ଏହାକୁ ନେଇ ଆଜି ଦିଲ୍ଲୀ ପୁରୁଣା ସଂସଦୀୟ ଭବନରେ ଚାଲିଛି ଏନଡିଏ ଦଳର ସଂସଦୀୟ ବୈଠକ । ଏହି ବୈଠକରେ ବିଜେପି ନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେପି ନଡ୍ଡା ସାମିଲ, ଗୃହ ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହଙ୍କ ସହ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଏହା ସହିତ ଏନ୍‌ଡିଏ ଅଂଶୀଦାର ନେତା ଓ ସାଂସଦମାନେ ମଧ୍ୟ ସାମିଲ ହୋଇଛନ୍ତି । ଏହା ସହିତ ଓଡିଶାର ୨୦ ନବନିର୍ବାଚିତ ବିଜେପି ସାଂସଦ ମଧ୍ୟ ଉପସ୍ଥିତ ରହିଛନ୍ତି ।

ସମସ୍ତ ନେତା ମୋଦିଙ୍କୁ ତୃତୀୟ ଥର ପାଇଁ ଅଭିନନ୍ଦନ ଜଣାଇବା ସହ ମୋଦି ଏନଡିଏ ନେତା ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି । ଏହା ସହିତ ନରେନ୍ଦ୍ର ମୋଦି ଏନଡିଏର ନେତା ଭାବେ ନିର୍ବାଚିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତର ଜୁନ୍ ୯ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ରାଷ୍ଟ୍ରୀୟ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହେବକୁ ଥିବା ଏହି ଶପଥ ଗ୍ରହଣ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଜୋରଦାର ଚାଲିଛି। ଅନେକ ବିଦେଶୀ ଅତିଥିଙ୍କୁ ଏହି ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି।

Leave A Reply

Your email address will not be published.