Latest Odisha News

BREAKING NEWS

ନ୍ୟୁୟୋକରେ ମୋଦି: ମୋଦିଙ୍କୁ ଭେଟି ଉଲ୍ଲାସିତ ହେଲେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ଆମେରିକାର ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍‌ ସମ୍ମିଳନୀରେ ଯୋଗ ଦେବା ଲାଗି ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାରି ଭିତରେ ଶନିବାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ତାଙ୍କ ହୋମ୍ ଟାଉନ୍ ୱିଲିଂଟନ୍ ଡେଲାୱେରରେ ପହଞ୍ଚିଛନ୍ତି ମୋଦି । ଏହାପରେ ମୋଦିଙ୍କୁ ନିଜ ବାସଭବନକୁ ପାଛୋଟି ନେଇଥିଲେ ବାଇଡେନ। ପରେ ୨ ରାଷ୍ଟ୍ର ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଛି ।

ସେପଟେ ମୋଦିଙ୍କ ଆମେରିକା ଗସ୍ତରେ ଫୁଲି ଉଠିଛି ପ୍ରବାସୀ ଓଡିଆ ସମେତ ଭାରତୀୟଙ୍କ ଛାତି । ପାଖାପାଖି ୧୪ ହଜାର ପ୍ରବାସୀ ଭାରତୀୟଙ୍କୁ ଭେଟିଛନ୍ତି ମୋଦି । ଏଥିସହିତ ଆମେରିକାର ଭାରତୀୟ ସମୁଦାୟ ପକ୍ଷରୁ ମଧ୍ୟ ମୋଦିଙ୍କୁ ପାରମ୍ପରିକ ଢଙ୍ଗରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି । ମୋଦିଙ୍କୁ ନିଜ ପାଖରେ ପାଇଁ ପ୍ରବାସୀ ଭାରତୀୟ ତାଙ୍କ କୁସି ବ୍ୟକ୍ତ କରିଛନ୍ତି । ମୋଦି ମଧ୍ୟ ସେମାନଙ୍କ ସହ କିଛି ସମୟ ଧରି ଆଲୋଚନା କରିଥିଲେ । ମୋଦି ମୋଦି ପାରମ୍ପରିକ ସଂଗୀତ ନୃତ୍ୟରେ ଢେର୍ କିଛି ସମୟ ପ୍ରକମ୍ପିତ ହୋଇଥିଲା ନ୍ୟୁୟୋର୍କ ସହର ।

Leave A Reply

Your email address will not be published.