Latest Odisha News

BREAKING NEWS

ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦିଲ୍ଲୀ ଠୁ ପଲ୍ଲୀ, କଶ୍ମୀର ଠାରୁ କନ୍ୟାକୁମାରୀ ସବୁଠି ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି ୭୭ତମ ସାଧାରଣତନ୍ତ୍ର ଦିବସ । ରାଜଧାନୀ ଦିଲ୍ଲୀର ଜାତୀୟ ପଥରେ ଆଜି ପରେଡ୍ ପାଇଁ ପ୍ରସ୍ତୁତି କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛନ୍ତି ଯେ,”ଗଣତନ୍ତ୍ର ଦିବସର ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ । ଏହି ଦିବସ ଭାରତର ଗର୍ବ ଏବଂ ଗୌରବର ପ୍ରତୀକ । ଏହି ଜାତୀୟ ପର୍ବ ଆପଣମାନଙ୍କ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ଉତ୍ସାହ ସଞ୍ଚାର କରୁ । ମୁଁ କାମନା କରୁଛି ଯେ ଏକ ବିକଶିତ ଭାରତ ପାଇଁ ସଂକଳ୍ପ ଆହୁରି ଦୃଢ଼ ହେଉ ।’’

ସେ ଆହୁରି କହିଛନ୍ତି, “ଗଣତନ୍ତ୍ର ଦିବସ ଆମର ସ୍ୱାଧୀନତା, ସମ୍ବିଧାନ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ଶକ୍ତିଶାଳୀ ପ୍ରତୀକ । ଏହି ପର୍ବ ଆମକୁ ଏକ ରାଷ୍ଟ୍ର ଗଠନର ସଂକଳ୍ପ ସହିତ ଏକତ୍ରିତ ହୋଇ ଆଗକୁ ବଢ଼ିବା ପାଇଁ ନୂତନ ଶକ୍ତି ଏବଂ ପ୍ରେରଣା ଦିଏ ।”

Leave A Reply

Your email address will not be published.