Latest Odisha News

BREAKING NEWS

ଜାନୁଆରୀ ୬-୭ରେ ଡିଜିପି/ ଆଇଜିପି ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ଜାନୁଆରୀ ୬-୭ରେ ପୋଲିସ ମହାନିର୍ଦ୍ଦେଶକ/ ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ଅୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବ୍ୟାପକ ପୋଲିସ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏଥିସହ ନୂଆ ଅପରାଧୀ ଆଇନ କାର୍ଯ୍ୟକାରୀ ପାଇଁ ରୋଡ୍ ମ୍ୟାପ୍‌ ଉପରେ ଆଲୋଚନା ହେବା ସହ ପୋଲିସ ଓ ନିରାପତ୍ତା କ୍ଷେତ୍ରର ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯିବ।

ଜାନୁଆରି ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ସାଇବର କ୍ରାଇମ, ପୁଲିସିଂରେ ଟେକ୍ନୋଲୋଜି, ଆତଙ୍କବାଦ ମୁକାବିଲା ଚ୍ୟାଲେଞ୍ଜ, ବାମପନ୍ଥୀ ଉଗ୍ରବାଦ, ଜେଲ୍‌ ସଂସ୍କାର ସମେତ ବିଭିନ୍ନ ପୁଲିସ ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ହେବ। ସମ୍ମିଳନୀର ଅନ୍ୟ ଏକ ପ୍ରମୁଖ ଏଜେଣ୍ଡା ହେଉଛି ନୂତନ ଅପରାଧୀକ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ରୋଡ୍ ମ୍ୟାପ୍‌ ଉପରେ ଆଲୋଚନା। ଏହାବ୍ୟତୀତ ଏହି ସମ୍ମିଳନୀରେ ପୋଲିସ ଏବଂ ନିରାପତ୍ତା କ୍ଷେତ୍ରରେ ଭବିଷ୍ୟତଭିତ୍ତିକ ବିଷୟବସ୍ତୁ ଯଥା ଏଆଇ, ଡିପ୍ ଫେକ୍ ଇତ୍ୟାଦି ନୂତନ ଜ୍ଞାନକୌଶଳ ଦ୍ବାରା ସୃଷ୍ଟି ହୋଇଥିବା ଆହ୍ଵାନ ଏବଂ ଏହାର ମୁକାବିଲାର ଉପାୟ ଉପରେ ମଧ୍ୟ ଆଲୋଚନା କରାଯିବ ।

ଏହି ସମ୍ମିଳନୀରେ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରର ପୋଲିସ ଓ ଗୁଇନ୍ଦା ଅଧିକାରୀମାନେ ଚିହ୍ନଟ ହୋଇଥିବା ବିଷୟବସ୍ତୁ ଉପରେ ବ୍ୟାପକ ଆଲୋଚନା କରିବେ। ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ରମନ୍ତ୍ରୀ, କ୍ୟାବିନେଟ୍ ସଚିବ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଓ କେନ୍ଦ୍ରୀୟ ପୋଲିସ ସଂଗଠନର ମୁଖ୍ୟମାନେ ଯୋଗଦେବେ ।

 

Leave A Reply

Your email address will not be published.