Latest Odisha News

BREAKING NEWS

ଟେଷ୍ଟ ଇତିହାସର ସବୁଠାରୁ ଛୋଟ ମୁକାବିଲାରେ ଜିତି ସିରିଜ ବରାବର କଲା ଟିମ ଇଣ୍ଡିଆ

କେପଟାଉନ: ଭାରତ ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇ ସିରିଜ ୧-୧ରେ ବରାବର କରିବାରେ ସଫଳ ହୋଇଛି । ୧୪୭ ବର୍ଷର ଟେଷ୍ଟ ଇତିହାସରେ ଏହା ଥିଲା ସବୁଠାରୁ ଛୋଟ ମୁକାବିଲା । ୪ଟି ଇନିଂସରେ ମାତ୍ର ୧୦୭ ଓଭର ବୋଲିଂ କରାଯାଇଥିଲା । ଏହା ପୂର୍ବରୁ ମେଲବୋର୍ଣ୍ଣରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୯୩୨ରେ ଖେଳା ଯାଇଥିବା ମୁକାବିଲା ୧୦୯.୨ ଓଭରରେ ଶେଷ ହୋଇଥିଲା । ଏଥିରେ ୬୫୬ ବଲ ପଡିଥିଲା ଓ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ବିଜୟ ପାଇଁ ଭାରତକୁ ୭୯ ରନର ଟାର୍ଗେଟ ମିଳିଥିଲା । ୧୨ ଓଭରରେ ୩ ୱିକେଟ ହରାଇ ଭାରତ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଯଶସ୍ୱୀ ଜୈସୱାଲ ୨୮, ଶୁଭମନ ଗିଲ ୧୦ ଓ ବିରାଟ କୋହଲି ୧୨ ରନ କରି ଆଉଟ ହୋଇଥିଲେ । ରୋହିତ ଶର୍ମା ୧୬ ଓ ଶ୍ରେୟାଶ ଆୟାର ୪ ରନ କରି ଅପରାଜିତ ରହିଥିଲେ ।

ପୂର୍ବରୁ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ସ୍କୋର ୫୫ ରନ ଜବାବରେ ଭାରତ ୧୫୩ ରନ କରି ୯୮ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୧୭୬ ରନ କରିବା ଫଳରେ ଭାରତ ସମ୍ମୁଖରେ ୭୯ ରନର ଟାର୍ଗେଟ ରହିଥିଲା । ଦକ୍ଷିଣ ଆଫ୍ରିକାରେ ୪ର୍ଥ ଭାରତୀୟ ଅଧିନାୟକ ଭାବେ ରୋହିତ ଶର୍ମା ଟେଷ୍ଟରେ ବିଜୟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ମହମ୍ମଦ ସିରାଜ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିବା ବେଳେ ଯଶପ୍ରୀତ ବୁମରାହ ଓ ଡିନ ଏଲଗାର ମିଳିତ ଭାବେ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.