Latest Odisha News

BREAKING NEWS

ଆସନ୍ତା ୧୩ରେ ଇଟାଲୀ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ମଙ୍ଗଳବାରଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ମୋଦୀ ୩.୦ ର ପଦକ୍ଷେପରୁ ଏହା ସ୍ପଷ୍ଟ ହୋଇଛି ଯେ ତୃତୀୟ କାର୍ଯ୍ୟକାଳରେ ଜାତୀୟ ସୁରକ୍ଷା ସରକାରଙ୍କ ପ୍ରଥମ ପ୍ରାଥମିକତା ହେବ। ତେଣୁ ନିଜର ତୃତୀୟ ପାଳି କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ବିଦେଶ ଗସ୍ତ ଭାବେ ଆସନ୍ତା ୧୩ ତାରିଖରେ ଇଟାଲୀ ଯିବେ।

ଜୁନ୍ ୧୩ ରେ ଇଟାଲୀରେ ଜି-୭ ବୖଠକ ଅନୁଷ୍ଠିତ ହେବ। ଏହି ସଭାରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଇଟାଲୀ ଯିବେ। ଏହି ସମୟ ମଧ୍ୟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଇଟାଲୀ ଯିବେ। ଶପଥ ଗ୍ରହଣ କରିବା ପରେ ଏହା ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ ହେବ। ଜି-୭ ପ୍ଲାଟଫର୍ମରେ ନରେନ୍ଦ୍ର ମୋଦୀ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ ତାହା ଉପରେ ଅନ୍ତର୍ଜାତୀୟସ୍ତରରେ ସମସ୍ତଙ୍କର ନଜର ରହିଛି।

ଆସନ୍ତା ୧୫ ତାରିଖରେ ମୋଦୀ ନୂଆଦିଲ୍ଲୀ ଫେରିବେ। ମୋଦୀ ତୃତୀୟଥର ପାଇଁ ନିର୍ବାଚନରେ ବିଜୟୀ ହେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବିଦେଶୀ ନେତାଙ୍କ ମଧ୍ୟରେ ମେଲୋନି ଅନ୍ୟତମ ଥିଲେ। ମୋଦୀଙ୍କ ଏହି ବିଜୟ ଫଳରେ ଭାରତ ଓ ଇଟାଲୀ ମଧ୍ୟରେ ଦ୍ବିପାକ୍ଷୀକ ସମ୍ପର୍କ ଆହୁରୀ ମଜବୁତ ହେବ ବୋଲି ସେ କରିଛନ୍ତି। ମୋଦୀ ମଧ୍ୟ ମେଲୋନିଙ୍କୁ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ।

Comments are closed.