Latest Odisha News

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି, ନବନିର୍ମିତ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସର କଲେ ଲୋକାର୍ପଣ

ସମ୍ବଲପୁର: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଲେ । ସେଠାରେ ତାଙ୍କୁ ଦଳୀୟ ନେତୃବୃନ୍ଦ ଓ କର୍ମୀ ଭବ୍ୟ ସ୍ବାଗତ କରିଥିଲେ । ଏହାପରେ ସେଠାରୁ ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରରେ ପହଞ୍ଚିଛନ୍ତି ।

ସମ୍ୱଲପୁର ଯାଇ ସେଠାରେ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ IIMର ନୂଆ କ୍ୟାମ୍ପସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଆଇଆଇଏମ୍ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ସହ ୬୮ ହଜାର କୋଟି ବ୍ୟୟ ଅଟକଳରେ ପ୍ରାୟ ୧୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି ମୋଦି । ଏହା ପରେ ରେମେଡରେ ବିଶାଳ ସାଧାରଣ ସଭାରେ ଯୋଗ ଦେବେ ମୋଦୀ । ଏହି ସମାବେଶର ନାଁ ରହିଛି ‘ବିଶାଳ ଗ୍ୟାରେଂଟି ସମାବେଶ’ ।

ସମ୍ବଲପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ‘ଏକ୍ସ’ ରେ ପୋଷ୍ଟ କରି କହିଛନ୍ତି, ‘ମୁଁ ସମ୍ବଲପୁର ଗସ୍ତରେ ଅଛି । ସେଠାକାର ଲୋକଙ୍କୁ ଭେଟିବା ପାଇଁ ଉତ୍ସାହିତ । ୬୮ ହଜାର କୋଟିର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଲୋକାର୍ପଣ କରି ମୁଁ ଖୁସି ହେବି । ଆଇଆଇଏମ୍-ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟିତ ହେବ । ଯାହା ଶିକ୍ଷାଗତ ଭିତ୍ତିଭୂମିରେ ମଧ୍ୟ ଉନ୍ନତି ଆଣିବ’ ।

Comments are closed.