Latest Odisha News

BREAKING NEWS

ବଜେଟ୍ ଅଧିବେଶନ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଚଳିତ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୋଦି । ଦଶନ୍ଧିର ଭରପୂର ଉପଯୋଗ ନେଇ ଚଳିତ ଅଧିବେଶନରେ ସମସ୍ତ ଚର୍ଚ୍ଚା ହେଉ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଲୋକଙ୍କ ଆଶା, ଆଂକାକ୍ଷାକୁ ପୂର୍ଣ୍ଣ କରି ସମସ୍ତ ସଦସ୍ୟ ସଂସଦ ଅଧିବେଶନରେ ଭାଗନେବେ ବୋଲି ବିଶ୍ୱାସ ରହିଥିବା ପିଏମ୍ କହିଛନ୍ତି ।

ଭାରତ ଇତିହାସରେ ପ୍ରଥମ ଥର ୨୦୨୦ ମସିହାରେ ଅର୍ଥମନ୍ତ୍ରୀଙ୍କୁ ଗୋଟିଏ ନୁହେଁ ଛୋଟ ଛୋଟ କରି ୪ରୁ ୫ଟି ବଜେଟ୍ ଦେବାକୁ ପଡ଼ିଥିଲା । ଏଥିପାଇଁ ଚଳିତ ବଜେଟକୁ ମଧ୍ୟ ସେହି ବଜେଟ୍ ମଧ୍ୟରେ ଦେଖାଯିବ । ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନରେ ସଂସଦର ଉଭୟ ଗୃହର ସଦସ୍ୟ ମିଳିତ ଭାବେ ରାଷ୍ଟ୍ରପତିଙ୍କ ସନ୍ଦେଶକୁ ଆଗକୁ ନେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କିଛି ସମୟ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ । ତା’ପରେ ପରେ ୨୦୨୦-୨୧ ଆର୍ଥିକ ବର୍ଷର ଅର୍ଥନୀତିକ ସର୍ଭେ ରିପୋର୍ଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି ବିଲକୁ ନେଇ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ବହିଷ୍କାର କରିଛନ୍ତି ।

Leave A Reply

Your email address will not be published.