Latest Odisha News

BREAKING NEWS

ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି, ପ୍ରଥମ ଥର ସ୍ବାଧୀନତା ଦିବସରେ ‘ବନ୍ଦେ ମାତରମ୍’ ଗାନ

ନୂଆଦିଲ୍ଲୀ: ସାରା ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶ ମାର୍ଗରୁ ୨ଟି ହେଲିକପ୍ଟର ସାହାଯ୍ୟରେ ପୁଷ୍ପ ବର୍ଷା। ଲ୍ଲାଲକିଲ୍ଲାରୁ ଶୁଭିଲା ବନ୍ଦେ ମାତରମ୍ । ଲାଲକିଲ୍ଲାରେ ପହଞ୍ଚିବା ପୂର୍ବରୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ରାଜଘାଟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେନା ପକ୍ଷରୁ ତାଙ୍କୁ ଭବ୍ୟ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଛି ।

ଏହାର କିଛି ସମୟ ପରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ତ୍ରିରଙ୍ଗା ଉତ୍ତୋଳନ କରିବା ପରେ ୨୧ ତୋପ ସଲାମୀ ଦିଆଯାଇଛି । ବାୟୁସେନା ପକ୍ଷରୁ ଆକାଶ ମାର୍ଗରୁ ୨ଟି ହେଲିକପ୍ଟର ସାହାଯ୍ୟରେ ପୁଷ୍ପ ବର୍ଷା ହୋଇଛି । ବାୟୁସେନାର ଦୁଇଟି Mi-17 ହେଲିକପ୍ଟର ଲାଲକିଲ୍ଲା ଉପରୁ ଫୁଲ ବର୍ଷା କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଲାଲକିଲ୍ଲା ଏବଂ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ଭିତରେ ଏବଂ ବାହାରେ ହଜାରେରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରାଗୁଡ଼ିକୁ ତଦାରଖ କରିବା ପାଇଁ AI-ଭିତ୍ତିକ ବ୍ୟବସ୍ଥା ବ୍ୟବହାର କରାଯାଇଛି। ସନ୍ଦେହଜନକ କାର୍ଯ୍ୟକଳାପ, ଭିଡ଼ ସମ୍ବନ୍ଧୀୟ ସମସ୍ୟା ଏବଂ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଶୀଘ୍ର ଚିହ୍ନଟ କରିବାକୁ ଏହି ଏଆଇ ବ୍ୟବସ୍ଥା ବ୍ୟବହାର କରାଯାଇଛି। ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ସମାଲୋହରେ ୫ ହାଜର ଅତିଥି ସାମିଲ ହୋଇଛନ୍ତି।

Leave A Reply

Your email address will not be published.