Latest Odisha News

BREAKING NEWS

୪୦ ବର୍ଷ ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କୁଏତ ଗସ୍ତ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଶୀଘ୍ର କୁଏତ ଗସ୍ତ କରିବେ। ବିଶେଷ କଥା ହେଉଛି ଗତ ୪୦ ବର୍ଷ ମଧ୍ୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ କୁଏତ ଗସ୍ତ କରିବେ। ସୂଚନା ଅନୁଯାୟୀ କୁଏତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯୋଜନା ପଶ୍ଚିମ ଏସିଆର ଦେଶ ସହ ସମ୍ପର୍କକୁ ମଜବୁତ କରିବା ଏବଂ ରଣନୈତିକ ଭାଗିଦାରୀକୁ ଏକ ନୂତନ ସ୍ତରକୁ ନେବା ପାଇଁ ଏହି ପ୍ରୟାସ କରାଯାଉଛି।

ସୂଚନା ଅନୁଯାୟୀ କୁଏତ ତୈଳ କ୍ଷେତ୍ରରେ ଏକ ସମୃଦ୍ଧ ଦେଶ ଏବଂ ଏହା ମଧ୍ୟ ଭାରତରେ ତୈଳ ଯୋଗାଣର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। କୁହାଯାଉଛି ଯେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କୁଏତ ନିବେଶକମାନଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିପାରିବେ ଏବଂ ଏହା ବ୍ୟତୀତ କୁଏତ ସହ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ମଧ୍ୟ ଉଦ୍ୟମ କରାଯିବ।

ଗଣମାଧ୍ୟମ ରିପୋର୍ଟରେ ଅନୁଯାୟୀ ଜାନୁଆରୀ ପ୍ରଥମ ସପ୍ତାହରେ ପିଏମ ମୋଦୀ କୁଏତ ଗସ୍ତ କରିପାରନ୍ତି। ଏହାପୂର୍ବରୁ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଅନ୍ୟ ୫ଟି ଗଲ୍ଫ ଦେଶ ପରିଦର୍ଶନ କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ କୁଏତ ଯାଇପାରିନଥିଲେ। କୁଏତରେ ପ୍ରାୟ ୧ ନିୟୁତ ଭାରତୀୟ ଅଛନ୍ତି। ଏହି ଗସ୍ତ ସମୟରେ ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଉଦ୍ୟମ କରାଯିବ।

Leave A Reply

Your email address will not be published.