Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍

ଭୁବନେଶ୍ୱର: ଆଜିଠୁ ଇକୋ ରିଟ୍ରିଟ୍ ଆରମ୍ଭ ହେଉଛି । ପର୍ଯ୍ୟଟକମାନେ ନିଆରା ଅନୁଭୂତି ସାଉଁଟିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ ଉଦଘାଟନ କରିବେ । କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡି ମୁହାଣ ନିକଟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଇକୋ ରିଟ୍ରିଟ୍ ତିନି ମାସ ପର୍ଯ୍ୟନ୍ତ ଚାଲିବ । କୋଣାର୍କ ପରି ଭିତରକନିକାରେ ମଧ୍ୟ ଆରମ୍ଭ ହେବ ଇକୋ ରିଟ୍ରିଟ୍ । ଆଜିଠୁ ଭିତରକନିକାର ପେଣ୍ଠ ବେଳାଭୂମିରେ ଇକୋ-ରିଟ୍ରିଟ କରାଯାଉଛି । ଅସ୍ଥାୟୀ ତମ୍ବୁଗୁଡ଼ିକ ନିର୍ମାଣ କରାଯାଇଛି । ଯେଉଁ ପର୍ଯ୍ୟଟକମାନେ ଆସିବେ ଏହି ତମ୍ବୁ ତଳେ ରାତି ବିତାଇପାରିବେ । ପଞ୍ଚତାରକା ହୋଟେଲର ବ୍ୟବସ୍ଥା ରହିଛି ।

ଦିନବେଳା ବୋଟ ଯୋଗେ ଜଳଯାତ୍ରା କରିବେ । ବୋଟ ଯୋଗେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବିଶେଷ କରି ଶୀତୁଆ ରାତିରେ ପର୍ଯ୍ୟଟକମାନେ ନିଆରା କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିବେ । ଇକୋ-ରିଟ୍ରିଟକୁ ପସନ୍ଦ କରୁଥିବାବେଳେ ଓଡ଼ିଶା ତଥା ଓଡ଼ିଶା ବାହାରୁ ବହୁ ଲୋକ ଆସିଥାନ୍ତି ।

Leave A Reply

Your email address will not be published.