Latest Odisha News

ସୋସିଆଲ୍‌ ମିଡିଆ ‘ଟ୍ରୁଥ୍‌’ରେ ଯୋଡିହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ଟ୍ରୁଥ୍‌’ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯୋଗ ଦେଇଛନ୍ତି । ଏହି ସମୟ ମଧ୍ୟରେ, ପ୍ରଧାନମନ୍ତ୍ରୀ ଲଗାତାର ଦୁଇଟି ପୋଷ୍ଟ ସେୟାର କରିଥିଲେ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ । ‘ଟ୍ରୁଥ୍‌’ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଏବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏଥିରେ ଯୋଗ ଦେଇଛନ୍ତି ।

ପୂର୍ବରୁ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ‘ଟ୍ରୁଥ୍‌’ ଉପରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଡକାଷ୍ଟ ସେୟାର କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରଥମ ପୋଷ୍ଟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ‘ମୁଁ ‘ଟ୍ରୁଥ୍‌’ ସୋସିଆଲରେ ଆସି ବହୁତ ଖୁସି । ଆଗାମୀ ସମୟରେ ଏଠାରେ ସମଗ୍ର ବିଶ୍ୱର ନେତାମାନଙ୍କ ସହିତ ଉତ୍ସାହପୂର୍ଣ୍ଣ ଏବଂ ଅର୍ଥପୂର୍ଣ୍ଣ ଆଲୋଚନା କରିବାକୁ ମୁଁ ଆଗ୍ରହୀ’ ।

ଟ୍ରୁଥ ସୋଶାଲରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ମଧ୍ୟ ଫଲୋ କରିଥିଲେ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୨, ୨୦୧୯ରେ ଟେକ୍ସାସର ହ୍ୟୁଷ୍ଟନର ଏନଆରଜି ଷ୍ଟାଡିୟମରେ ଆୟୋଜିତ ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ସହ ହାତ ମିଳାଉଥିବାର ଏକ ଫଟୋ ପୋଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୨ରେ ‘ଟ୍ରୁଥ୍‌’ ସୋସିଆଲ ଆପ ଲଞ୍ଚ କରିଥିଲେ । ୨୦୨୧ରେ କ୍ୟାପିଟାଲ ହିଲ ଦଙ୍ଗା ପରେ ଟ୍ରମ୍ପଙ୍କୁ ଫେସବୁକ ଓ ଟୁଇଟରରୁ ନିଷିଦ୍ଧ କରାଯାଇଥିଲା ।

Leave A Reply

Your email address will not be published.