Latest Odisha News

BREAKING NEWS

ଚର୍ଚ୍ଚାରେ ମୋଦୀଙ୍କ ନୀଳ ରଙ୍ଗର ଜ୍ୟାକେଟ୍‌, ଜାଣନ୍ତୁ ଏହା ପଛର କାରଣ… 

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ମୋଦୀଙ୍କ ଜ୍ୟାକେଟ୍‌  । ସବୁ ସମୟରେ ନିଜର ପୋଷାକକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ  । ବିରୋଧି ଦଳ ମଧ୍ୟ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ପୋଷାକର ଦାମକୁ ନେଇ ଆଲୋଚନା କରନ୍ତି। ସଂସଦ ହେଉକି ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସବୁ ସମୟରେ ପୋଷାକକୁ ନେଇ ବେଶ ଚର୍ଚ୍ଚା ହୋଇଥାଏ । ହେଲେ ଆଜି ସଂସଦ ଗୃହରେ ନୀଳ ରଙ୍ଗର ଜ୍ୟାକେଟ ପିନ୍ଧି ପ୍ରଧାନମନ୍ତ୍ରୀ ପ୍ରବେଶ କରିବା ପରେ ଏହି ଜ୍ୟାକେଟକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ।

ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବା ପାଇଁ ସେ ଏହି ଖାସ୍ ଜ୍ୟାକେଟ୍ ପିନ୍ଧି ଆସିଥିଲେ। ଏହି ଜ୍ୟାକେଟ୍ ଅଦରକାରୀ ପ୍ଲାଷ୍ଟିକ୍ ବୋତଲରୁ ପ୍ରସ୍ତୁତ ହୋଇଛି । ଏହି ଜ୍ୟାକେଟ ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଡିଆନ୍ ଅଏଲ କର୍ପୋରେସନ ପକ୍ଷରୁ ସୋମବାର ବେଙ୍ଗାଲୁରୁ ଠାରେ ଏନର୍ଜି ସପ୍ତାହ ଅବସରରେ ଉପହାରରେ ମିଳିଥିଲା। କୁହାଯାଉଛି ଅଦରକାରୀ  ୧୦ କୋଟି ପିଇଟି ବୋତଲ ରିସାଇକେଲ କରାଯାଇ ଇଣ୍ଡିଆନ୍‌ ଅଏଲର କର୍ମଚାରୀ ଓ ସଶସ୍ତ୍ର ବାହିନୀ ନିମନ୍ତେ ଦୀର୍ଘସ୍ଥାୟୀ ପୋଷାକ ତିଆରି କରାଯାଇଛି। ଇଣ୍ଡିଆନ ଅଏଲ ତରଫରୁ କୁହାଯାଇଛି କି ଚଳିତ ବର୍ଷ କମ୍ପାନୀ ତରଫରୁ ୧୦କୋଟି ପ୍ଲାଷ୍ଟିକ ବୋତଲକୁ ରିସାଇକେଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରୁ ଯେଉଁ ଜ୍ୟାକେଟ୍ ପ୍ରସ୍ତୁତ କରାଯିବ ତାହାକୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦିଆଯିବ ।

ସୂଚନା ଅନୁଯାୟୀ, ପାଣି ପିଇସାରିବା ପରେ ଫିଙ୍ଗି ଦେଉଥିବା ଖାଲି ‘ପିଇଟି’ ବୋତଲଗୁଡ଼ିକୁ ତରଳାଇ ‘ଆଇଓସି’ ସୂତା ପ୍ରସ୍ତୁତି କରାଯିବ । ବର୍ଷକୁ ପ୍ରାୟ ୧୦୦ ନିୟୁତ ଖାଲି ‘ପିଇଟି’ ବୋତଲ୍‌ ସଂଗ୍ରହ କରାଯାଇ ରିସାଇକେଲ୍‌ କରାଯିବ । ୧୯ ହଜାର ୭୦୦ କୋଟି ଟଙ୍କା ବିନିଯୋଗରେ ସରକାର ନିକଟରେ ନ୍ୟାସନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନର ଶୁଭାରମ୍ଭ କରିଛନ୍ତି। ଯାହା ଅଙ୍ଗାରକାମ୍ଳ ନିର୍ଗମନକୁ କମାଇବା ସହ ଜୀବାଷ୍ମ ଇନ୍ଧନ ବ୍ୟବହାର ଗୁରୁତ୍ୱକୁ ମଧ୍ୟ କମାଇବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ବୈଷୟିକ ଜ୍ଞାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ପ୍ରତିପାଦିତ କରିବା ।

 

Leave A Reply

Your email address will not be published.