Latest Odisha News

BREAKING NEWS

ଗୋପାଳର ହେବ ନାର୍କୋ ଟେଷ୍ଟ, ମିଳିଲା ୫ ଦିନିଆ ରିମାଣ୍ଡ ଅନୁମତି

ଝାରସୁଗୁଡ଼ା: ପୁଣି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବ ଗୋପାଳ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ପୁଣି ଥରେ ରିମାଣ୍ଡରେ ନେବ । ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଗୋପାଳକୁ ୪ ଦିନ ଲାଗି ରିମାଣ୍ଡରେ ନେଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ଆଜି ଗୋପାଳକୁ କୋର୍ଟରେ ହାଜର ସହ ପୁଣି ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ୫ ଦିନ ଲାଗି ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।

ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ଗୋପାଳର ନାର୍କୋ ଟେଷ୍ଟ ସହ ପଲିଗ୍ରାଫ୍ ଟେଷ୍ଟ କରାଯିବ । ଏଥିଲାଗି ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି । ଗତକାଲି କ୍ରାଇମବ୍ରାଞ୍ଚ ଗୋପାଳକୁ ନେଇ କ୍ରାଇମ ସ୍ପଷ୍ଟରେ ସିନ୍ ରିକ୍ରିଏସନ୍ କରିଥିଲା । ଗୋପାଳ କିଭଳି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲା ତାହାର ଡେମୋ ଦେଖାଇ ଥିଲା ।

ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ମନ୍ତ୍ରୀ କାରରୁ ଓହ୍ଲାଇବା ବେଳେ ଅତି ପାଖରୁ ଏଏସ୍ଆଇ ଗୋପାଳ ଗୁଳି କରିଥିଲା ।

Leave A Reply

Your email address will not be published.