Latest Odisha News

ଆସୁଛନ୍ତି ମୋଦୀ, ରାତିସାରା ରାଜଧାନୀରେ କଡା ଚେକିଂ

ଭୁବନେଶ୍ଵର: ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଭୁବନେଶ୍ବର ଗସ୍ତରେ ଆସିବେ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହେବ ଏହି ଡିଜିପି ସମ୍ମିଳନୀ । ଆସନ୍ତା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ ଏହି ସମ୍ମିଳନୀ । ଆସନ୍ତାକାଲି ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ତା’ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ତେଣୁ ସୁରକ୍ଷା ବଳୟ ଭିତରେ ରହିଛି ପୁରା ଭୁବନେଶ୍ଵର ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନକୁ ନୋ ଫ୍ଲାଇଙ୍ଗ ଜୋନ୍‌ ଘୋଷଣା କରାଯାଇଛି। କୌଣସି ଡ୍ରୋନ୍‌ କାର୍ଯ୍ୟକ୍ରମ ସମୟରେ ଉଡ଼ି ପାରିବ ନାହିଁ। ସେପଟେ ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ୍‌ କରି ରାତିସାରା କଡ଼ା ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ । ପିଏମଙ୍କ ଗସ୍ତ ପାଇଁ ରାତିସାରା ଭୁବନେଶ୍ବରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ କଡ଼ା ଚେକିଂ କରାଯାଇଛି । ରାଜ୍ୟ ଅତିଥି ଭବନରୁ ଆରମ୍ଭ କରି ଆଖପାଖ ଅଞ୍ଚଳରେ ସଶସ୍ତ୍ର ବିଏସଏଫ ଯବାନ ମୁତୟନ କରାଯାଇଛି। ସମ୍ମିଳନୀ ହେବାକୁ ଥିବା ଲୋକସେବା ଭବନ କନଭେନସନ୍ ସେଣ୍ଟର ଏବଂ ଷ୍ଟେଟ୍ ଗେଷ୍ଟ ହାଉସର ପ୍ରସ୍ତୁତିକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ଆସନ୍ତାକାଲି ଅପରାହ୍ନ ୪ଟା୧୫ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ। ଏୟାରପୋର୍ଟରେ ମୋଦୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ। ପରେ ଏୟାରପୋର୍ଟ ନିକଟରେ ଏକ ସାଧାରଣ ସଭା ହେବ। ଏହାପରେ ଏୟାରପୋର୍ଟ ରୁ ରାଜଭବନ ଯାଏଁ ରୋଡ଼ ଶୋ’ ହେବ। ଏହା ପରେ ପାର୍ଟି ଅଫିସ ପ୍ରଧାନମନ୍ତ୍ରୀ ଆସିବେ। ବିଧାୟକ ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ବୈଠକରେ ଯୋଗ ଦେବେ। ୨ ଘଣ୍ଟା ଦଳୀୟ କାର୍ଯ୍ୟାଳୟରେ ରହିବା ସହ ସମସ୍ତଙ୍କ ସହ ଆଲୋଚନା କରିବେ। ପରେ ଡିଜି ସମ୍ମିଳନୀରେ ଯୋଗ ଦେବେ ।

Leave A Reply

Your email address will not be published.