Latest Odisha News

BREAKING NEWS

ଜୁନ୍‍ ୨୩ ତାରିଖରେ ବାଣିଜ୍ୟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ନୂତନ ସୌଧ – “ବାଣିଜ୍ୟ ଭବନ” କୁ ୨୩ ଜୁନ୍ ୨୦୨୨ ପୂର୍ବାହ୍ନ ୧୦:୩୦ ରେ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏକ ନୂତନ ପୋର୍ଟାଲ୍ – ର୍ନିୟାତ (ନେସନାଲ ଇମ୍ପୋର୍ଟ-ଏକ୍ସପୋର୍ଟ ରେକର୍ଡ ଫର୍‍ ୟର୍ଲି ଆନାଲିସସ ଅଫ୍‍ ଟ୍ରେଡ)କୁ ମଧ୍ୟ ଉନ୍ମୋଚନ କରିବେ – ଯାହାକି ହିତାଧିକାରୀଙ୍କ ପାଇଁ ଭାରତର ବୈଦେଶିକ ବାଣିଜ୍ୟ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ସୂଚନା ପାଇବା ପାଇଁ ଏକକ ପ୍ଲାଟଫର୍ମ ଭାବରେ ବିକଶିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ଇଣ୍ଡିଆ ଗେଟ୍ ନିକଟରେ ର୍ନିମିତ ବାଣିଜ୍ୟ ଭବନକୁ ଏକ ସ୍ମାର୍ଟ ସୌଧ ଭାବରେ ଡିଜାଇନ୍ କରାଯାଇଛି ଯାହାକି ଶକ୍ତି ସଂରକ୍ଷଣ ଉପରେ ବିଶେଷ ଧ୍ୟାନ ଦେଇ ସ୍ଥାୟୀ ସ୍ଥାପତ୍ୟର ନୀତିକୁ ଅନ୍ତର୍ଭୁକ୍ତ କରିଛି । ଏହା ଏକ ସମନ୍ୱିତ ଏବଂ ଆଧୁନିକ କାର୍ଯ୍ୟାଳୟ ସୌଧ ଭାବରେ କାର୍ଯ୍ୟ କରିବ ଯାହା ମନ୍ତ୍ରଣାଳୟର  ଦୁଇଟି ବିଭାଗ ଯଥା ବାଣିଜ୍ୟ ବିଭାଗ ଏବଂ ଶିଳ୍ପ ଏବଂ ଆନ୍ତଃ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଟିଟି) ଦ୍ୱାରା ବ୍ୟବହୃତ ହେବ ।

Leave A Reply

Your email address will not be published.