Latest Odisha News

ମୀରା ମାଝୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି

ନୂଆଦିଲ୍ଲୀ: ଗଲା ୩୦ ଡିସେମ୍ବରରେ ଅଯୋଧ୍ୟା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଉଜ୍ଜ୍ଵଳା ଯୋଜନାର ଲାଭାର୍ଥୀ ମୀରା ମାଝୀଙ୍କ ଘରେ ପହଞ୍ଚିଥିଲେ। ମୀରା ମାଝି ହେଉଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ୧୦ କୋଟିତମ ହିତାଧିକାରୀ। ମୀରାଙ୍କ ଘରେ ଚା ପିଇବା ସହ ପ୍ରଧାନମନ୍ତ୍ରୀ କିଛି ସମୟ ପାଇଁ ମୀରାଙ୍କ ଘରେ ବସି ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ହୋଇଥିଲେ।

ମୀରାଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଏକ ଚିଠି ଲେଖି ଶୁଭକାମନା ଓ ଚା ପାଇଁ ଧନ୍ୟବାଦ ଦେବା ସହ ଉପହାର ମଧ୍ୟ ପଠାଇଛନ୍ତି। ଏହି ଉପହାରରେ ଏକ ଟିସେଟ୍, କଲର ବୁକ୍ ଓ ଡ୍ରଇଙ୍ଗ୍ ସେଟ୍ ରହିଛି। ଏହି ଚିଠିରେ ପ୍ରଧାନମନ୍ତ୍ରୀ ମୀରାଙ୍କୁ ଲେଖିଛନ୍ତି ଯେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ନୂଆବର୍ଷ ୨୦୨୪ର ହାର୍ଦ୍ଦିକ ଅଭିନନ୍ଦନ। ଅଯୋଧ୍ୟାରୁ ଆସିବା ପରେ ମୁଁ ଅନେକ ଟିଭିରେ ଆପଣଙ୍କ ସାକ୍ଷାତକାର ଦେଖିଲି, ଯେଉଁଥିରେ ଆପଣଙ୍କ ପରିବାର ସଦସ୍ୟଙ୍କ ଆତ୍ମବିଶ୍ଵାସ ଦେଖି ମୋତେ ଭଲ ଲାଗିଲା।

 

ଚିଠିରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି, ଆପଣ ଉଜ୍ଜ୍ୱଳା ଯୋଜନାର ୧୦ କୋଟିତମ ହିତାଧିକାରୀ ହେବା କେବଳ ଏକ ସଂଖ୍ୟା ନୁହେଁ, ବରଂ ମୁଁ ଏହାକୁ ବଡ଼ ସ୍ବପ୍ନ ଭାବରେ ଦେଖୁଛି। ଭଗବାନ ଶ୍ରୀ ରାମଙ୍କ ପବିତ୍ର ସହର ଅଯୋଧ୍ୟାରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଏବଂ ଆପଣଙ୍କ ଦ୍ୱାରା ପ୍ରସ୍ତୁତ ଚା’ ପିଇବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣଙ୍କ ଭଳି ମୋ କୋଟି କୋଟି ପରିବାର ସଦସ୍ୟଙ୍କ ମୁହଁରେ ଏହି ହସ ମୋର ସବୁଠୁ ବଡ଼ ପୁଞ୍ଚି। ଏହା ମୋ ପାଇଁ ସବୁଠାରୁ ବଡ଼ ସନ୍ତୁଷ୍ଟି। ଯାହା ମୋତେ ଦେଶ ପାଇଁ କାମ କରିବାକୁ ନୂଆ ଶକ୍ତି ଦେଇଥାଏ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଅମୃତ କାଳରେ, ଆପଣଙ୍କ ପରି ଆକାଂକ୍ଷାରେ ପରିପୂର୍ଣ୍ଣ କୋଟି କୋଟି ଦେଶବାସୀଙ୍କ ଜୀବନଶୈଳୀ ଏବଂ ଉତ୍ସାହ ଏକ ମହାନ ତଥା ବିକଶିତ ଭାରତ ଗଠନ କରିବାର ଲକ୍ଷ୍ୟ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀଙ୍କ ଏ ପ୍ରକାର ଚିଠି ଏବେ ଚର୍ଚ୍ଚା ସୃଷ୍ଟି କରିଛି।

Leave A Reply

Your email address will not be published.