Latest Odisha News

BREAKING NEWS

ରାଜକୁମାର ହେଲେ ଭୁଟାନର ପ୍ରଥମ ଡିଜିଟାଲ ନାଗରିକ

ଥିମ୍ପୁ: ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ ଡିଜିଟାଲ ନାଗରିକ ହୋଇଛନ୍ତି । ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ ମୋବାଇଲ ୱାଲେଟ ସହିତ ନାଗରିକଙ୍କୁ ଯୋଡାଯାଇଛି । ଏଥିପାଇଁ ଏନଡିଆଇ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିଛି । ଏଥିରେ ବ୍ୟକ୍ତିଗତ ସୂଚନା ଏବଂ ଗୋପନୀୟତା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥାଏ । ରାଜକୁମାର ପ୍ରଥମ ନାଗରିକ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କାର୍ଯ୍ୟନିର୍ବାହୀ ସଚିବ ଜିଗମେ ତେନଜିଙ୍ଗ କହିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ନାଗରିକମାନଙ୍କୁ ସମସ୍ତ ପ୍ରକାର ଡିଜିଟାଲ ସୁବିଧା ଯୋଗାଇବାରେ ସହାୟ ହେବ ବୋଲି ଆଶା କରାଯାଉଛି ।

ଜୀବନକୁ ଆହୁରି ସରଳ କରିବା ପାଇଁ ଟେକ୍ନୋଲୋଜିର ଆବଶ୍ୟକତା ରହିଛି । ଏବେ ସମସ୍ତେ ଶିକ୍ଷିତ ହେଉଥିବାରୁ ସହଜରେ ଏହି ନୂତନ ଉଦ୍ୟମକୁ ଗ୍ରହଣ କରୁଛନ୍ତି ବୋଲି ତେନଜିଙ୍ଗ କହିଛନ୍ତି ।

Comments are closed.