Latest Odisha News

BREAKING NEWS

ବିବାଦୀୟ ପ୍ରିନ୍ସ ହ୍ୟାରୀ

ଭୁବନେଶ୍ୱର:ବିବାଦୀୟ ପ୍ରିନ୍ସ ହ୍ୟାରୀ ଓରଫ ହେନେରୀ ଚାର୍ଲ୍‌ସ ଆଲବର୍ଟ ଡେଭିଡ । ରାଜକୀୟ ପରିବାରରେ ଜୀବନ ହେଉଛି ବନ୍ଦୀ ଜୀବନ । ଏଥିରୁ ବାହାରି ମୁକ୍ତ ଜୀବନ ଜୀଇଁବାକୁ ୨୦୧୫ ରେ ସେ ରାଜପରିବାରଠାରୁ ଦୁରେଇଯାଇଥିଲେ । ତା ସହିତ ଅଭିନେତ୍ରୀ ମେଗନ ମାର୍କେଲଙ୍କୁ ବିବାହ କରି ଆହୁରି ଚର୍ଚ୍ଚାକୁ ଚାଲିଆସିଥିଲେ ।

ଘର ଛାଡ଼ିବା ପରେ ମହଲର ଗୁମର କଥା ସର୍ବ ସମ୍ମୁଖକୁ ଆଣିଥିଲେ ପ୍ରିନ୍ସ । ମେଗନଙ୍କ ବୈବାହିକ ଜୀବନ ଓ ପରିବାର ନେଇ ମିଡିଆରେ ବାରମ୍ବାର ଚର୍ଚ୍ଚା । ବାହାରକୁ ଆସିଥିଲା  ମହାଆଡମ୍ବରପୁର୍ଣ୍ଣ ମହଲରେ କୁହୁଳୁଥିବା ବର୍ଣ୍ଣବୈଷମ୍ୟର ନିଆଁ । ୨୦୨୦ରେ ରାଜ ପରିବାରରୁ ଇସ୍ତଫା ପରେ ରାଜପରିବାର ଛାଡି ଦକ୍ଷିଣ କାଲିଫର୍ଣ୍ଣିଆରେ ବସବାସ କରୁଛନ୍ତି ମେଗନ ଓ ପ୍ରିନ୍ସ  ।

Leave A Reply

Your email address will not be published.