Latest Odisha News

BREAKING NEWS

ଅଭିନେତା ପ୍ରିନ୍ସ ନରୁଲା ଏବଂ ପତ୍ନୀ ୟୁଭିକା ହସ୍ପିଟାଲ୍‌ରେ ଭର୍ତ୍ତି; ଡେଙ୍ଗୁ କବ୍‌ଜାରେ ଉଭୟ ଦମ୍ପତି

ମୁମ୍ବାଇ: ଟେଲିଭିଜନ୍‌ ଜଗତର ପ୍ରସିଦ୍ଧ ଦମ୍ପତି ପ୍ରିନ୍ସ ନରୁଲା ଏବଂ ପତ୍ନୀ ୟୁଭିକା  ଚୌଧୁରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ପତି-ପତ୍ନୀ ଡେଙ୍ଗୁର ଶିକାର ହୋଇଥିବା ସୂଚନା ମିଳିଛି।

ପ୍ରିନ୍ସ ୟୁଭିକାଙ୍କ ସହ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିବା ସହିତ ଲୋକଙ୍କୁ ଏହି ଭାଇରସକୁ ହାଲୁକା ଭାବେ ଗ୍ରହଣ ନ କରିବାକୁ ଚେତାବନୀ ଦେଇଛନ୍ତି। ପ୍ରିନ୍ସ ନରୁଲା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ୟୁଭିକା ଚୌଧୁରୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଉଭୟ ଉଭୟଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଫଟୋରେ ଉଭୟ ଡାକ୍ତରଖାନା ଶଯ୍ୟାରେ ଦୃଶ୍ୟମାନ ହେଉଛନ୍ତି।

ଏହି ଫଟୋ ସେୟାର କରି ପ୍ରିନ୍ସ ଲେଖିଛନ୍ତି, ଆମେ ଶୀଘ୍ର ଭଲ ହୋଇଯିବୁ। ସୂଚନାଯୋଗ୍ୟ ପ୍ରିନ୍ସ ଏବଂ ୟୁଭିକାଙ୍କ ସହିତ ପ୍ରିନ୍ସଙ୍କ ଭଉଣୀ ଏବଂ ଏବଂ ତାଙ୍କ ବାପା ମଧ୍ୟ ଡେଙ୍ଗୁର ଶିକାର ହୋଇଛନ୍ତି। ଏହା ବେଶ୍‌ ଯନ୍ତ୍ରଣାଦାୟକ ଏଥିରୁ ସଚେତନ ରହିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ପ୍ରିନ୍ସ।

Leave A Reply

Your email address will not be published.