Latest Odisha News

BREAKING NEWS

କମୁଛି ଲୋକାଲ୍ କେସ: ୨୪ ଘଣ୍ଟାରେ ରାଜ୍ୟରୁ ୨୧୩୮ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲୋକାଲ୍ କେସ୍ ଖସୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ହଜାର ୧୩୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨ ଶହ ୫୧ ଓ ୮୮୭ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।

ରାଜ୍ୟରେ କରୋନାର ହଟସ୍ପଟ କୁହାଯାଉଥିବା ଖୋର୍ଦ୍ଧା ଓ କଟକରେ ଧୀରେ ଧୀରେ କାବୁ ପାଉଛି କରୋନା । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧାରୁ ୩୬୧, କଟକରୁ ୧୫୬ ଜଣ ସଂକ୍ରମିତ ହୋଇଛନ୍ତି ।

ଗତ କିଛି ଦିନ ହେବ ଅନୁଗୋଳ ଜିଲ୍ଲାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ବାହାରିଛନ୍ତି ୧୫୧ ନୂଆ ପଜିଟିଭ୍ । ମୟୂରଭଞ୍ଜରୁ ୧୧୯ ସଂକ୍ରମିତ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ପାଞ୍ଚଟି ଜିଲ୍ଲାରୁ ଦୈନିକ ଆକ୍ରାନ୍ତ ଅଧିକ ବାହାରୁଥିବା ବେଳେ ଆକ୍ଟିଭ୍ କେସ୍ ବି ଅଧିକ ରହିଛି । ଏହି ପାଞ୍ଚଟି ଜିଲ୍ଲା ବ୍ୟତୀତ ବାକି ସମସ୍ତ ଜିଲ୍ଲାରୁ ଶହେରୁ କମ୍ ପଜିଟିଭ୍ କେସ୍ ବାହାରିଛି । ଦିନ କରୋନାର ରେଡହଟ୍ ଜିଲ୍ଲା ଥିବା ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି ମାତ୍ର ୧୮ ଜଣ ନୂଆ ଆକ୍ରାନ୍ତ ।


ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୪ହଜାର ୧୪୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୨ଲକ୍ଷ ୩୮ହଜାର ୫୩୫ ଓ ଆକ୍ଟିଭ୍ କେସ୍ ୨୪ ହଜାର ୪୫୭ଟି ରହିଛି ।

Leave A Reply

Your email address will not be published.