Latest Odisha News

BREAKING NEWS

ଦୁବାଇ ରାଜକୁମାରୀ ନିଜ ସୁରକ୍ଷାକର୍ମୀ ସହ ସମ୍ପର୍କ ରଖିଥିଲେ, ମୁହଁ ନ ଖୋଲିବା ପାଇଁ ୧୨ କୋଟି ଟଙ୍କାର ଲାଂଚ !

ଦୁବାଇ: ଦୁବାଇର ରାଜକୁମାରୀ ହୟାଙ୍କୁ ନେଇ ଏକ ଚାଂଚଲ୍ୟକର ଖବର ସୋସିଆଲ ସାଇଟରେ ଭାଇରାଲ ହେଉଛି । ଡେଲିମେଲ ଓ ନ୍ୟୁୟର୍କ ପୋଷ୍ଟରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି । ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ ୨୦୧୯ରେ ପତ୍ନୀ ହୟାଙ୍କୁ ଛାଡପତ୍ର ଦେଇଥିଲେ । ସେ ତାଙ୍କର ୬ଷ୍ଠ ପତ୍ନୀ ଥିଲେ । ରାଜକୁମାରୀ ତାଙ୍କ ବଡିଗାର୍ଡ ସହ ସମ୍ପର୍କ ସ୍ଥାପନ କରିଥିଲେ । ଏହି ଘଟଣାକୁ ଚପାଇ ରଖିବା ପାଇଁ ୧୨ କୋଟି ଟଙ୍କା ଦେଇଥିଲେ ।

ଶେଖ ମହମ୍ମଦ କାହିଁକି ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ ତାହା ସେ ସମୟରେ ଆଲୋଚନାର ବିଷୟ ହୋଇଥିଲା । ହୟା ଏବେ ବ୍ରିଟେନରେ ରହୁଛନ୍ତି । ସେ ପିଲାମାନଙ୍କ ଭରଣପୋଷଣ ନେଇ ବ୍ରିଟେନର ଅଦାଲତରେ ଦ୍ୱାରସ୍ତ ହୋଇଥିଲେ । ତାଙ୍କ ସପକ୍ଷରେ କୋର୍ଟ ଶୁଣାଣୀ କରିଛି । ଏ ପର୍ଯ୍ୟନ୍ତ ଶେଖ ମହମ୍ମଦଙ୍କ କୌଣସି ମନ୍ତବ୍ୟ ଆସି ନାହିଁ ।

Leave A Reply

Your email address will not be published.