Latest Odisha News

BREAKING NEWS

ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଅଧ୍ୟକ୍ଷ ଗିରଫ

ଖୋର୍ଦ୍ଧା: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଅଧ୍ୟକ୍ଷ ଗିରଫ । ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ୍ତ ଦାସ ଗିରଫ । ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ମଙ୍ଗଳବାର ଏତଲା କରିଥିଲେ । ଅଧ୍ୟାପିକାଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ବୋଲଗଡ଼ ପୋଲିସ ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗୀନ ଦଫା। ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨), ୭୫, ୭୮(୨), ୩୫୧(୨) ଲାଗୁ କରାଯାଇଛି ।

ଘଟଣାରୁ ପ୍ରକାଶ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଜଣେ ଅଧ୍ୟାପିକା କିଛିଦିନ ତଳେ ସେହି କଲେଜରେ ନୂତନ ଭାବେ ନିଯୁକ୍ତି ପାଇଥିଲେ । କଲେଜର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ତାଙ୍କୁ ସାମାଜିକ ଗଣମାଧ୍ୟମ whatsappରେ ଅନେକ ଥର ପ୍ରେମ ନିବେଦନ କରିଥିଲେ । ସମୟ ଗଡ଼ିବା ସହ ପ୍ରଦୀପ୍ତଙ୍କ ହରକତ ବଢ଼ିବାରୁ ପରିବାର ଲୋକଙ୍କୁ ଅବଗତ କରାଇଥିଲେ ଅଧ୍ୟାପିକା । ତା’ପରେ ଅଧ୍ୟକ୍ଷ ପ୍ରଦୀପ୍ତ ଦାସଙ୍କ ବିରୋଧରେ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଏତଲା ଦେଇଥିଲେ ।

ଏତଲାର ୧୨ ଘଣ୍ଟା ଭିତରେ ପୋଲିସ ତଦନ୍ତ କରି ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ ଦାସଙ୍କୁ ବାନ୍ଧିବାରେ ସଫଳ ହୋଇଛି । ଗିରଫ ପରେ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ ଦାସଙ୍କୁ କୋର୍ଟ ଚାଲାଣ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.