Latest Odisha News

BREAKING NEWS

୫୦ ହଜାର ଲାଞ୍ଚ ନେଇ ଧରା ହେଲେ କେରଙ୍ଗ କଲେଜ ଅଧ୍ୟକ୍ଷା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। ଏରିଅର୍ ଟଙ୍କା ପାଇଁ ଲାଇବ୍ରେରିଆନ୍‌ଙ୍କଠୁ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ।ଆଜି ଅପରାହ୍ନରେ ଗୁରୁଜଙ୍ଗ ସ୍ଥିତ ବାସଭବନରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ଅଧ୍ୟକ୍ଷାଙ୍କ ବାସ ଭବନ ସହ ୨ଟି ସ୍ଥାନରେ ଚଢ଼ାଉ ଚାଲିଛି।

ଲାଇବ୍ରେରିଆନ୍‌ ଧିରଜଙ୍କ ପତ୍ନୀ ଦିପ୍ତୀରାଣୀଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ଜାଲ ବିଛାଇଥିଲା। କେରଙ୍ଗ କଲେଜ ଅଧ୍ୟକ୍ଷା ସହକାରୀ ଲାଇବ୍ରେରିଆନ ଧିରଜଙ୍କ ଏରିଅର ଟଙ୍କା ପାଇଁ ପ୍ରଥମେ ଏକ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନେଇ ଦେବାବେଳେ ଭିଜିଲାନ୍ସ ଚଢାଉ କରି ଲାଞ୍ଚ ଟଙ୍କା ଜବତ କରିଛି ।ତାଙ୍କ ବାସଭବନ ସମେତ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଟିମ୍‌। ଖୋର୍ଦ୍ଧା ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ ମିଳିତ ଏହି ଚଢାଉ କରିଥିଲେ। ଭିଜିଲାନ୍ସ ଡିଏସପି ବ୍ରଜ କିଶୋର ଜେନାଙ୍କ ନେତୃତ୍ବରେ ଏହି ଚଢଉ ହୋଇଥିଲା।

 

Leave A Reply

Your email address will not be published.