Latest Odisha News

BREAKING NEWS

ଆମେରିକାରେ ବଢ଼ିବ ଘୋଷ୍ଟ ସହର

ନ୍ୟୁୟର୍କ: ଆମେରିକାରେ ଅନେକ ଗୁଡିଏ ସହର ୨୧୦୦ ବେଳକୁ ଘୋଷ୍ଟ ସିଟିରେ ବଦଳି ଯାଇଥିବ ବୋଲି ଏକ ଷ୍ଟଡିରେ ଉଲ୍ଲେଖ କରାଯାଇଛି । ଜଳବାୟୁ ପରିବର୍ତନ, ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଏବଂ ପ୍ରଜନନ କ୍ଷମତା ହ୍ରାସ ପାଇବା ଯୋଗୁ ଏ ଭଳି ପରିସ୍ଥିତି ସୃଷ୍ଟି ହେବ । ସଡକ, ଘର, ବିଜୁଳି ସବୁ କିଛି ଥିବ ମାତ୍ର ମଣିଷ ପ୍ରାୟତଃ ନ ଥିବେ । ଏହି ସବୁ ସହରଗୁଡିକରେ ରହୁଥିବା ଲୋକମାନେ ସୁସ୍ଥ ପରିବେଶ ଥିବା ସ୍ଥାନକୁ ପଳାଇ ଯିବେ । ଏହା ବ୍ୟତୀତ ଯେଉଁଠାରେ ରୋଜଗାର ଓ ଖାଦ୍ୟ ମିଳିବ ପ୍ରବୃତି ଅନୁସାରେ ମଣିଷ ସେହିଠାରେ ରହିବାକୁ ଭଲ ପାଇବ ।

ଏବେଠାରୁ ଯଦି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତେବେ ହୁଏତ ଏହା ଉପରେ ଅଙ୍କୁଶ ପାଇହେବ ବୋଲି ଆଶା କରାଯାଉଛି । କେଉଁ ସ୍ଥାନରେ ଅଧିକ ଗରମ ହେଉଥିବା ଅନ୍ୟ ଅଂଚଳରେ ଅତ୍ୟଧିକ ଥଣ୍ଡା । ଏହି ସବୁ ସ୍ଥାନରେ ବୈଜ୍ଞାନିକ ଭାଷାରେ ଫୁଡ ଡିଜର୍ଟ ସୃଷ୍ଟି ହେବ । ୨୦୨୧ରେ ମିସିସିପିର ଜ୍ୟାକ୍ସନ ଅଂଚଳରେ ଏ ଭଳି ପରିସ୍ଥିତ ସୃଷ୍ଟି ହୋଇଥିଲା । ଏଠାରେ ରହୁଥିବା ଲୋକମାନେ ଘରଦ୍ୱାର ଛାଡି ଅନ୍ୟ ସ୍ଥାନକୁ ପଳାଇ ଯାଇଥିଲେ ।

ଏବେ ୪୩ ପ୍ରତିଶତ ଆମେରିକା ସହରର ସେମାନଙ୍କ ସ୍ଥାୟୀ ବାସିନ୍ଦାଙ୍କୁ ହରାଇବା ଆରମ୍ଭ କରିଛି । ଏହା ଖୁବ ଶୀଘ୍ର ୬୪ ପ୍ରତିଶତରେ ପଂହଚିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଆମେରିକାର ଉତର ପୂର୍ବ ଓ ମଧ୍ୟ ପଶ୍ଚିମ ସହରଗୁଡିକ ଏହି ପରିସ୍ଥିତିର ସମ୍ମୁଖୀନ ହେବେ । କେବଳ ଆମେରିକା ନୁହେଁ ୧୮୩ ଦେଶରେ ଏ ଭଳି ପରିସ୍ଥିତି ସୃଷ୍ଟି ହେବ ।

Leave A Reply

Your email address will not be published.