ନବରଙ୍ଗପୁର:ତେନ୍ତୁଳିଖୁଣ୍ଟିର ଏକ ସେବାଶ୍ରମରେ ଛାତ୍ରୀ ଅସଦାଚରଣ ଅଭିଯୋଗ । ଅଭିଯୋଗ ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାର ଏକ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସପ୍ତମ ଶ୍ରେଣୀ ଛାତ୍ରୀ ଏବଂ ତାଙ୍କ ପରିବାର । ବିଜେଡି ନେତା ପ୍ରଦୀପ ମାଝୀଙ୍କ ସହିତ ପରିବାର ସଦସ୍ୟ ନବରଙ୍ଗପୁର ଥାନାରେ ଏତଲା ଦାୟର କରିଛନ୍ତି ।
ଅଭିଯୋଗ ଅନୁସାରେ, ଗତ ଏପ୍ରିଲ ୧୫ ତାରିଖ ରାତିରେ ସ୍କୁଲର ୫ ଜଣ ଛାତ୍ରୀ ଓଆରସ ପିଇବା ପାଇଁ ଯାଇଥିବା ବେଳେ ସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ଷଡଙ୍ଗୀ ଅନ୍ୟ ଚାରି ଜଣଙ୍କୁ ଛାଡ଼ିବା ସହ କେବଳ ପୀଡିତା ଛାତ୍ରୀଙ୍କୁ ହାତ ଧରି ଟାଣିଥିଲେ ।ରୁମ ଭିତରକୁ ଡାକି ନାବାଳିକାଙ୍କ ସହ ଟଣା ଓଟରା କରିଥିଲେ । ଏ ନେଇ ପୀଡିତା ଓ ତାଙ୍କ ପରିବାର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି ।
କେବଳ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଜିଲ୍ଲା ମଙ୍ଗଳ ବିଭାଗ ଚୁପ ରହିଗଲା ବୋଲି ଅଭିଯୋଗ କରିଥିଲେ । ଏହାପରେ ନ୍ୟାୟ ପାଇଁ ନବରଙ୍ଗପୁର ଥାନାରେ ଏତଲା ଦାୟର କରିଥିବା କରିଛନ୍ତି ।