Latest Odisha News

BREAKING NEWS

Indian dish Butter Chicken :ବଟର ଚିକେନ୍ ଓ ନାନ୍‌ର ଜଲୱା!

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ବ୍ୟଞ୍ଜନ ତାଲିକାରେ ପୁଣି ଥରେ ଉଡ଼ିଛି ଭାରତୀୟ ସ୍ୱାଦର ବିଜୟ ପତାକା। ନିକଟରେ ପ୍ରକାଶିତ ‘ଟେଷ୍ଟ ଆଟଲାସ୍’ ଏପ୍ରିଲ ୨୦୨୬ ରିପୋର୍ଟ ଅନୁଯାୟୀ, ଭାରତର ପାରମ୍ପରିକ ସ୍ୱାଦ ଏବେ ସାରା ବିଶ୍ୱକୁ ନିଜ ପ୍ରେମରେ ପକାଇଛି।

ବିଶ୍ୱର ଟପ୍-୬ରେ ‘ବଟର ଚିକେନ୍’। ଭାରତର ପ୍ରାୟ ଘର ଏବଂ ରେଷ୍ଟୁରାଣ୍ଟର ପ୍ରିୟ ‘ବଟର ଚିକେନ୍’ ଏବେ ବିଶ୍ୱର ଶ୍ରେଷ୍ଠ ୬ଟି ଚିକେନ୍ ବ୍ୟଞ୍ଜନ ମଧ୍ୟରେ ସ୍ଥାନ ପାଇଛି। ଏହା କେବଳ ଏକ ଖାଦ୍ୟ ନୁହେଁ, ବରଂ ଆନ୍ତର୍ଜାତୀୟ ସ୍ତରରେ ଭାରତୀୟ ପାକକଳାର ଏକ ଶକ୍ତିଶାଳୀ ପରିଚୟ ପାଲଟିଛି।

ଦୁନିଆର ନମ୍ବର-୧ ବ୍ରେଡ୍ ‘ବଟର ଗାର୍ଲିକ ନାନ୍’ । କେବଳ ମାଂସାହାରୀ ନୁହେଁ, ଶାକାହାରୀ ତାଲିକାରେ ବି ଭାରତ ନମ୍ବର ୱାନ୍। ଟେଷ୍ଟ ଆଟଲାସ୍‌ର ‘ବେଷ୍ଟ ଫୁଡ୍ ବା ଏ କ୍ୟାଟେଗୋରୀ’ରେ ‘ବଟର ଗାର୍ଲିକ ନାନ୍’କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ରେଡ୍ ଭାବେ ମାନ୍ୟତା ମିଳିଛି। ସେହିପରି ‘ମଲାଇ କୋପ୍ତା’ ବିଶ୍ୱର ଶ୍ରେଷ୍ଠ ଭେଜିଟେବଲ୍ ଡିସେସ୍ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରି ଦେଶର ଗୌରବ ବଢ଼ାଇଛି।

ଖାଦ୍ୟ ସହର ତାଲିକାରେ ମୁମ୍ବାଇର ବାଜିମାତ୍ । ସହର କଥା ଯଦି କହିବା, ତେବେ ମୁମ୍ବାଇ ବିଶ୍ୱର ଶ୍ରେଷ୍ଠ ଖାଦ୍ୟ ସହର ମଧ୍ୟରେ ୫ମ ସ୍ଥାନ ପାଇ ସମସ୍ତଙ୍କୁ ଚକିତ କରିଛି। ଏହା ବ୍ୟତୀତ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା ଏବଂ ଚେନ୍ନାଇ ମଧ୍ୟ ଏହି ବିଶ୍ୱସ୍ତରୀୟ ତାଲିକାରେ ନିଜ ସ୍ଥାନ ପକ୍କା କରିଛନ୍ତି।

ତେବେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଭାରତୀୟ ମସଲା ଏବଂ ରନ୍ଧାଶୈଳୀ ଆଗରେ ଆଜି ପୁରା ବିଶ୍ୱ ନତମସ୍ତକ।

Comments are closed.