Latest Odisha News

BREAKING NEWS

କୋର୍ଟ ପରିସରରୁ କଏଦୀ ଚମ୍ପଟ, ପୋଲିସ ଜଳକା!

ଭୁବନେଶ୍ୱର: ମଙ୍ଗଳବାର ଭୁବନେଶ୍ୱର କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ପୋଲିସ ହେପାଜତରୁ ଖସି ପଳାଇବା ପରେ ପୋଲିସର ଏକ ବଡ ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି। ଫେରାର କଏଦୀ ପ୍ରଶାନ୍ତ କୁମାର ଘଡେଇର ନାଁରେ ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଏୟାରଫିଲ୍ଡ ଥାନା ପୁଲିସ ପ୍ରଶାନ୍ତ ଘଡେଇ ନାମରେ ବିଭିନ୍ନ ଥାନାରେ ହୋଇଥିବା ଲୁଟ୍ ଅଭିଯୋଗରେ ଗିରଫ କରିଥିଲା। ତାଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଥିଲା। ମଙ୍ଗଳବାର ସକାଳେ ଅଭିଯୁକ୍ତକୁ ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରିବା ପାଇଁ ପୁଲିସ ଜେଲ୍ରୁ ଆଣିଥିଲା।

କୋର୍ଟ ପରିସରରେ ପହଞ୍ଚିବାର କିଛି ସମୟ ପରେ ଅଭିଯୁକ୍ତ ଶୌଚାଳୟକୁ ଯାଇ ପୁଲିସକୁ ଚକମା ଦେବାରେ ସଫଳ ହୋଇଥିଲା। ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ପରିସରରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସେପଟେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ବେଳକୁ ତାଙ୍କର ପତ୍ତା ମିଳିନାହିଁ। ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.