ବାଲେଶ୍ବର:କିଛିଦିନ ତଳେ ଚୌଦ୍ବାର ଜେଲ୍ରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହୋଇଥିଲେ । ସୋର ଜେଲ୍ରୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ କଏଦୀ ଫେରାର ପାଇଁ ଉଦ୍ୟମ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ପୁଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି।
୧୮ ତାରିଖରୁ ମାର୍କୋଣାରୁ ଗିରଫ ହୋଇ ସୋର ସବ୍ଜେଲରେ ଥିଲେ । ଜେଲରେ ଥିବା ବିଚାରାଧୀନ କଏଦୀଙ୍କ ଘର ଝାଡ଼ଖଣ୍ଡ ଅଂଚଳରେ ।
ସୋର ଜେଲ୍ରୁ କଏଦୀ ଫେରାର ନେଇ ଜେଲ୍ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ଜେଲ୍ ଭାଙ୍ଗି ଜଣେ କଏଦୀ ଫେରାର ହୋଇଯାଇଛି। ବିଚାରାଧୀନ କଏଦୀ କମ୍ବଳ ପକାଇ ଫେରାର ହୋଇଯାଇଛି। ବଡ଼ପଥର ବାନ୍ଧି ଆର ପଟକୁ ପକାଇ ଫେରାର ହୋଇଯାଇଛି। ସିମୁଳିଆ ଥାନା ଅଞ୍ଚଳରୁ ଗିରଫ ଅଭିଯୁକ୍ତ ଏକ ଚୋରି ମାମଲାରେ ଜେଲ୍କୁ ଆସିଥିଲା। ତାକୁ ଜେଲ୍ର ୪ ନମ୍ବର ୱାର୍ଡରେ ରଖା ଯାଇଥିଲା।
ଏହି ଘଟଣା ନେଇ ଜେଲ୍ ଡିଜି ସୁଶାନ୍ତ ନାଥ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ସୋର ଜେଲ୍ରେ ଏବେ ୨୫୦ ଜଣ ବନ୍ଦୀ ଅଛନ୍ତି। ମାତ୍ର ୩ ଜଣ ଜଗୁଛନ୍ତି। ଜଣେ ଜେଲ୍ ଗେଟ୍ରେ ଏବଂ ଦୁଇଜଣ ଭିତରେ ଜଗୁଥିଲେ। ତେବେ ଜେଲ୍ କର୍ମଚାରୀଙ୍କୁ ଚକମା ଦେଇ ବନ୍ଦୀ ଦୀପକ ରାୟ ଚମ୍ପଟ ମାରିଛି।
Comments are closed.