Latest Odisha News

BREAKING NEWS

ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣା, ଦୁଇ ଜେଲ ୱାର୍ଡର ନିଲମ୍ବିତ

ବାଲେଶ୍ବର: କିଛିଦିନ ତଳେ ଚୌଦ୍ବାର ଜେଲ୍‌ରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହୋଇଥିଲେ । ଏବେ ସୋର ଜେଲ୍‌ରୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ କଏଦୀ ଫେରାର ପାଇଁ ଉଦ୍ୟମ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ପୋଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି। ଏହି ଘଟଣାରେ ଦୁଇ ଜେଲ ୱାର୍ଡର ନିଲମ୍ବିତ ହୋଇଛନ୍ତି।

ଜେଲରୁ କଏଦୀ ଫେରାର ହେବା ବେଳେ କ୍ୟାମେରାରେ କଏଦ ହୋଇଛି। ବଡ ଚତୁରତାର ସହିତ କଏଦୀ ଜେଲରୁ ଖସି ପଳାଇଛି । ଏମିତି ଭାବେ କୁଆଡେ ଚମ୍ପଟ ମାରିଛି ଯେ ଫେରାର ହେବାର ୧୨ ଘଣ୍ଟା ବିତିଗଲାଣି ହେଲେ ଏବେ ଯାଏଁ ମିଳିନି ଟିକିଏ ବି ସନ୍ଧାନ । ପୋଲିସ ତନତନ କରି ଖୋଜି ଚାଲିଛି ହେଲେ ଚାଲାକ୍ କଏଦୀର ମିଳୁନି କୌଣସି ବି ପତ୍ତା । ସିମୁଳିଆ ଥାନା ଅଞ୍ଚଳରୁ ଏକ କାର୍ ଚୋରି ଉଦ୍ୟମ, ହତ୍ୟା ଧମକ ଅଭିଯୋଗରେ ଝାରଖଣ୍ଡ ବୋକାରୁ ଅଞ୍ଚଳର ଗିରଫ ହୋଇଥିବା ବିଚାରାଧୀନ ଅଭିଯୁକ୍ତ ଦୀପକ କୁମାର ରାଏ ଫେରାର୍ ହୋଇଯାଇଥିଲା। ଦୀପକକୁ ସିମୁଳିଆ ପୋଲିସ ୧୯ ଗତ ତାରିଖରେ ଗିରଫ କରି ସୋର ଜେଲକୁ ପଠାଇଥିଲା। ପୋଲିସ ବିଭିନ୍ନ ସ୍ଥାନ ଖୋଜାଖୋଜି ଜାରି ରଖିଛି।

ଜେଲ ଓ ଷ୍ଟାପ ସମସ୍ୟା ସହିତ କିପରି ପରିସ୍ଥିତିରେ କଏଦୀ ଫେରାର ହେଲା ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଜେଲର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଦୁଇ ଜେଲ ଓ୍ବାର୍ଡରଙ୍କୁ ନିଲମ୍ବିତ କଲେ ଜେଲ ଡିଜି। ଜେଲ ଆଇଜି ଘଟଣାସ୍ଥଳ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଜେଲ ଡିଜି ସୁଶାନ୍ତ ନାଥ ସୂଚନା ଦେଇଛନ୍ତି।

Comments are closed.