Latest Odisha News

BREAKING NEWS

ରାଜ୍ୟର ସମସ୍ତ ଜେଲରେ କଏଦୀଙ୍କୁ ଆରମ୍ଭ ହେଲା ଟିକାକରଣ

ଭୁବନେଶ୍ବର : ରାଜ୍ୟର ସମସ୍ତ ଜେଲରେ ଆରମ୍ଭ ହେଲା ଟିକାକରଣ । ଜେଲରେ ଥିବା କଏଦୀଙ୍କୁ ଦିଆଯାଇଛି ଟିକା । ଜେଲରେ ଥିବା ୧୧ ଶହ ଅନ୍ତେବାସୀଙ୍କୁ ଦ୍ବିତୀୟ ଡୋଜ ଓ ୭୨୮ ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ସେହିପରି ସମସ୍ତ ଜେଲ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଭାବେ ଟିକା ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ।

ଜେଲରେ ଥିବା ୬୦ ବର୍ଷରୁ ଅଧିକ ସମସ୍ତ ଅନ୍ତେବାସୀଙ୍କୁ ଟିକା ଦିଆଯାଇଛି । ସେହିପରି କୋଭିଡ ଲକ୍ଷଣ ଦେଖାଗଲେ ତୁରନ୍ତ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯାଉଛି । ବିଏମସି ପକ୍ଷରୁ ଝାରପଡା ଜେଲରେ ଆଜି ୧୯୫ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଛି । ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜେଲରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜେଲରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.