Latest Odisha News

BREAKING NEWS

ପ୍ରେମରେ ପଡିଛନ୍ତି କି କ୍ରିକେଟର୍ ପୃଥ୍ୱୀ ଶ ?

ଭୁବନେଶ୍ୱର: ଦିଲ୍ଲୀ କ୍ୟାପିଟାଲ୍ସର ଓପନର୍ ପୃଥ୍ୱୀ ଶ । ଭାରତର ଜଣେ ପ୍ରତିଭାବାନ କ୍ରିକେଟର୍ । ସୋମବାର ଏହି ଖେଳାଳି ନିଜର ୨୧ତମ ଜନ୍ମଦିନ ପାଳିଥିଲେ । ଏହି ଅବସରରେ ତାଙ୍କୁ ଅନେକ ଲୋକ ଶୁଭେଛା ଜଣାଇଥିଲେ । ହେଲେ ଏକ ଖାସ୍ ୱିସ୍ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି ।

ନିଜ ଜନ୍ମଦିନରେ ର‌୍ୟୁମର୍ଡ ଗାର୍ଲଫ୍ରେଣ୍ଡ ପ୍ରାଚି ସିଂଙ୍କଠାରୁ ତାଙ୍କୁ ମିଳିଥିଲା ଏକ ସ୍ୱତନ୍ତ୍ର ଶୁଭେଛା । ବହୁଦିନ ଧରି ଶୁଣିବାକୁ ମିଳୁଛି ଯେ ପ୍ରିଥ୍ୱୀ ଓ ପ୍ରାଚି ସିଂ ରିଲେସନ୍‌ସିପ୍‌ରେ ଅଛନ୍ତି । ତେବେ ଏ ନେଇ କେହି ମୁହଁ ଖୋଲିନଥିଲେ ବି ପ୍ରାଚି ସୋସିଆଲ ମିଡିଅ ଏକ ଫଟୋ ସେୟାର କରି ପୃଥ୍ୱୀଙ୍କୁ ବାର୍ଥ ଡେ ୱିସ୍ ଜଣାଇଥିଲେ ।

ତେବେ ବାର୍ଥ ଡେ ୱିସ୍ କଥା ଛାଡନ୍ତୁ ଖାସ କରି ହାର୍ଟ ଇମୋଜି ପାଇଁ ଏହି ୱିସ୍ ଚର୍ଚ୍ଚାକୁ ଆସିଛି । ଦୁହିଁଙ୍କ ମଧ୍ୟରେ ସଂପର୍କ କିପରି ସ୍ଥାପନ ହୋଇଥିଲା, ତାହା ଏବେ ବି ରହସ୍ୟଘେରରେ । ହେଲେ ଦୁହେଁ ସୋସିଆଲ୍ ମିଡଆରେ ପରସ୍ପର ସହ ସଂସ୍ପର୍ଶରେ ଥିବା ଜଣାପଡିଛି ।

ସିରିଜ୍ ଉଡାନ୍‌ରେ ଅଭିନୟ କରୁଥିବା ପ୍ରାଚି ନିଜ ଭାବନାକୁ ସୋସିଆଲ୍ ମିଡିଆରେ ଜାହିର କରିବାକୁ କୁଣ୍ଠାବୋଧ କରିନଥାନ୍ତି । ଅନ୍ୟପଟେ ପୃଥ୍ୱୀ କିନ୍ତୁ ତାଙ୍କ କମେଣ୍ଟକୁ ଲାଇକ୍ କରିବା ସହ କ୍ୱଚିତ୍ ଜବାବ ଦେବାକୁ ପସନ୍ଦ କରିଥାନ୍ତି ।

Leave A Reply

Your email address will not be published.