Latest Odisha News

ଅଭିନେତ୍ରୀ ନିଧିଙ୍କୁ ପତ୍ନୀ ବୋଲି କହିବା ପରେ ପୋଷ୍ଟ ଡିଲିଟ କଲେ ପୃଥ୍ୱୀ ଶ’

ମୁମ୍ବାଇ: ଇଣ୍ଡିଆନ କ୍ରିକେଟର ପୃଥ୍ୱୀ ଶ’ ସିଆଇଡି ଅଭିନେତ୍ରୀ ନିଧି ତପାଡିଆଙ୍କୁ ଇନଷ୍ଟାଗ୍ରାମରେ ପତ୍ନୀ ବୋଲି ସମ୍ବୋନ୍ଧନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଅବଶ୍ୟ ପୋଷ୍ଟ କରିବା କିଛି ସମୟ ପରେ ସେ ଏହାକୁ ଡିିଲିଟ କରି ଦେଇଥିଲେ । ତେବେ ଅଳ୍ପ ସମୟ ମଧ୍ୟରେ ପ୍ରଶଂସକମାନେ ଏହାର ସ୍କ୍ରିନ ଶଟ ନେଇ ଯାଇଥିଲେ । ଶ’ ଲେଖିଥିଲେ ହ୍ୟାପି ଭାଲେନଟାଂଇନ ଡେ ମାଇ ୱାଇଫ ନିଧି । ଗତ ବର୍ଷ ସେ ନିଧିଙ୍କ ଡ୍ୟାନ୍ସ କ୍ଲାସରେ ଯୋଗ ଦେଇ ଗରବା ଶିଖିଥିଲେ । ଏହା ପରେ ଉଭୟଙ୍କୁ ଅନେକ ସ୍ଥାନରେ ଏକତ୍ର ଦେଖିବାକୁ ମିଳିଥିଲା । ରଣଜୀ ଟ୍ରଫିରେ ପୃଥ୍ୱୀ ୩୦୦ ରନ କରିବା ପରେ ନିଧି ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଏହାର ଭିଡିଓ ଶେୟାର କରିଥିଲେ । ପ୍ରଥମ ଥର ପାଇଁ ପୃଥ୍ୱୀ ତାଙ୍କ ପ୍ରେମ ସମ୍ପର୍କକୁ ଖୁଲାସା କରିଛନ୍ତି ।

ତେବେ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଉଭୟଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ପୂର୍ବରୁ ଉଡାନ ଅଭିନେତ୍ରୀ ପ୍ରାଚୀ ସିଂଙ୍କ ସହ ପୃଥ୍ୱୀଙ୍କ ନାମ ଯୋଡା ଯାଇଥିଲା । ତେବେ ଏହା ଗୁଜବ ସାବ୍ୟସ୍ତ ହୋଇଥିଲା ।

Comments are closed.