Latest Odisha News

BREAKING NEWS

ଭକ୍ତ ଦାସଙ୍କୁ କଡ଼ା କାଉଣ୍ଟର କଲେ ପୃଥ୍ବୀରାଜ ହରିଚନ୍ଦନ…

ଭୁବନେଶ୍ବର: ନୂଆପଡ଼ା ଜନାଦେଶକୁ ନେଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଆମ ଦଳର ବିଭୀଷଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି ୪୦ ହଜାର ଭୋଟ୍‌ ପାଇ ଦ୍ଵିତୀୟରେ ରହିଲେ । ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ ।

ସେପଟେ ଭକ୍ତ ଦାସଙ୍କୁ କଟାକ୍ଷ କରିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ହାରିବାର ଅନେକ କାରଣ ବାହାରେ, ଜିତିବାର କାରଣ କେବଳ ଜୟ । ନିଜ ଦୁର୍ବଳତା ଲୁଚାଇବାକୁ ରାଜନୈତିକ ଦଳ ମାନେ ଅନେକ କଥା କୁହନ୍ତି । ନିଜ ପରାଜୟ ସ୍ଵୀକାର କଲେ ଭଲ ହୁଅନ୍ତା ବୋଲି କହିଛନ୍ତି ପୃଥ୍ବୀରାଜ ।

Comments are closed.