Latest Odisha News

BREAKING NEWS

ରାଜ୍ୟସଭା ରେସ୍‌: ବିଜେପି ପ୍ରାର୍ଥୀ ଦେବା ନେଇ ସସ୍‌ପେନ୍ସ ଜାରି

ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡି ୪ ଜଣଙ୍କ ନାଁ ଘୋଷଣା କରିବା ପରେ ଏବେ ନଜର ବିଜେପି ଉପରେ । ତେବେ ବିଜେପି ପ୍ରାର୍ଥୀ ଘୋଷଣା କରିବ କି ନାହିଁ ସେ ନେଇ ସସ୍‌ପେନ୍ସ ଜାରି ରହିଛି । ଆଜି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପ୍ରାର୍ଥୀ ଦେବା ନଦେବା ନେଇ ବିଜେପି ପାର୍ଲାମେଂଟାରୀ ବୋର୍ଡ ଏଯାଏଁ ନିଷ୍ପତି ନେଇନି ।
ତେବେ ପୃଥ୍ୱୀରାଜ କହିଛନ୍ତି, ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେଇ ନପାରେ । ତଥାପି କେନ୍ଦ୍ରୀୟ ସଂସଦୀୟ ବୋର୍ଡ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

Leave A Reply

Your email address will not be published.