Latest Odisha News

BREAKING NEWS

ହୋଲିରେ କିପରି ନେବେ କେଶର ଯତ୍ନ, ଜାଣନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ଉଭୟ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ ।

ଜାଣନ୍ତୁ ହୋଲି ରଙ୍ଗରୁ କିପରି ନିଜ ତ୍ୱଚାକୁ ରକ୍ଷା କରିପାରିବେ…

ସ୍କାର୍ଫ ବ୍ୟବହାର କରନ୍ତୁ- ହୋଲି ଖେଳିବା ସମୟରେ ଆପଣ ଚାହିଁଲେ ମୁଣ୍ଡରେ ସ୍କାର୍ଫ ବାନ୍ଧିପାରିବେ । ଯାହାଫଳରେ ରଙ୍ଗ ଗୁଣ୍ଡ କେଶରେ ପଶିବ ନାହିଁ ଏବଂ କେଶକୁ ମଧ୍ୟ ସୁରକ୍ଷା ମିଳିବ ।

କେଶରେ ତେଲ ଲଗାନ୍ତୁ- ମୁହଁରେ ତେଲ ଲଗାଇବା ପରି କେଶରେ ମଧ୍ୟ ତେଲ ଲଗାନ୍ତୁ । ଆପଣ ଚାହିଁଲେ ହୋଲି ପୂର୍ବଦିନ ରାତିରେ ମଧ୍ୟ କେଶରେ ତେଲ ଲଗାଇପାରିବେ । ଯାହଫଳରେ କେଶରୁ ରଙ୍ଗ ସହଜରେ ଛାଡିଯିବ ।

କେଶ ଖୋଲା ରଖନ୍ତୁ ନାହିଁ- ପୁରୁଷମାନଙ୍କ କେଶ ଛୋଟ ହୋଇଥିବା କାରଣରୁ ହୋଲି ରଙ୍ଗ ସହଜରେ ଛାଡିଯାଇଥାଏ । କିନ୍ତୁ ମହିଳାଙ୍କ କେଶ ଲମ୍ବା ହୋଇଥିବାରୁ ହୋଲି ଖେଳିବା ସମୟରେ କେଶ ମଧ୍ୟରେ ରଙ୍ଗ ପଶିଯାଇଥାଏ । କେଶ ଧୋଇବାବେଳେ ରଙ୍ଗ ଛଡାଇବାରେ ମଧ୍ୟ ଅସୁବିଧା ହୋଇଥାଏ ।

ଏହାବ୍ୟତିତ ହୋଲି ଖେଳିବା ସମୟରେ କେଶରେ କୌଣସି ପ୍ରକାର ହେୟାର ଆସେସୋରିଜ ଲଗାନ୍ତୁ ନାହିଁ ।

Leave A Reply

Your email address will not be published.