Latest Odisha News

‘ହୁଣ୍ଡି ଉଠିବାର ୭ ଦିନ ଭିତରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ’

ପୁରୀ: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁଗୁଳ ଗସ୍ତ ଅବସରରେ ବିଭିନ୍ନ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ପୁରୀ ଧାଡ଼ି ଦର୍ଶନକୁ ନେଇ ସେ କହିଛନ୍ତି ଯେ, ହୁଣ୍ଡି ଉଠିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି। ହୁଣ୍ଡି ଉଠିବାର ୭ ଦିନ ଭିତରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ।

ଏଥିସହ ସେ କହିଛନ୍ତି, ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଜିଲ୍ଲାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ସେବା ପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୋପାଳପୁର ଆସିବେ ପ୍ରଧାନମନ୍ତ୍ରୀ। ତେବେ ସବିଶେଷ କାର୍ଯ୍ୟସୂଚୀ ଆସିନି। କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ ମଧ୍ଯ ହୋଇପାରେ। ଓଡ଼ିଶା ପ୍ରତି ତାଙ୍କର ସ୍ଵତନ୍ତ୍ର ଆକର୍ଷଣ ରହିଛି। ତାଙ୍କର ନିର୍ବାଚନ ପ୍ରଚାର ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରିଥିଲେ। ଓଡ଼ିଶା ପ୍ରତି ଥିବା ତାଙ୍କ ଅବଦାନକୁ ଆହୁରି ଆଗକୁ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ଏଥିସହ ଅନୁଗୁଳରେ ପୂର୍ତ୍ତ ବିଭାଗର ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅନୁଗୁଳ ଜିଲ୍ଲାରେ କିଛି ପ୍ରକଳ୍ପ ବିଳମ୍ୱ ହୋଇଥିଲା। କିଭଳି ପ୍ରକଳ୍ପ ଠିକ୍ ସମୟରେ ସରିବ, ତାହା ଉପରେ ଗୁରୁତ୍ବ ଦିଆଯାଇଛି । ଚଳିତ ବର୍ଷ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ଅଗ୍ରାଧିକାର ଭିତ୍ତିରେ ତିଆରି ହେବ ୨୫ କିଲୋମିଟର ଗ୍ରାମ୍ୟ ରାସ୍ତା। ଅତି ଶୋଚନୀୟ ଅବସ୍ଥାରେ ଥିବା ୨୫ କିମି ରାସ୍ତା ଚିହ୍ନଟ କରିବାକୁ ବିଧାୟକମାନଙ୍କୁ କୁହାଯାଇଛି। ୨୨ ତାରିଖ ସୁଦ୍ଧା ସରିବ ସବୁ କାମ।

 

Comments are closed.