Latest Odisha News

BREAKING NEWS

ପୃଥ୍ୱୀରାଜ ଫିଲ୍ମର ନାମ ହେଲା ସମ୍ରାଟ ପୃଥ୍ୱୀରାଜ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ପୃଥ୍ୱୀରାଜ ଫିଲ୍ମର ନାମ ବଦଳାଯାଇଛି । ଏବେ ଏହା ସମ୍ରାଟ ପୃଥ୍ୱୀରାଜ ହୋଇଛି । କରଣୀ ସେନା ଏହି ଫିଲ୍ମର ନାମ ବଦଳାଇବା ପାଇଁ ଦାବୀ କରିଥିଲା । ଏପରିକି ପୃଥ୍ୱୀରାଜ ମେକର୍ସଙ୍କ ନିକଟକୁ କରଣୀସେନା କୋର୍ଟ ମାଧ୍ୟମରେ ନୋଟିସ ପଠାଇଥିଲା । ରାଜପୁତ ସମୂହ ଏହି ଟାଇଟଲ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଶେଷରେ ପୃଥ୍ୱୀରାଜ ନିର୍ମାତା ୱାଇଆରଏ ଫିଲ୍ମର ନାମ ବଦଳାଇବାକୁ ବାଧ୍ୟ ହୋଇଥିଲେ । କାହାର ଭାବନାକୁ ଆଘାତ କରିବା ଆମର ଉଦ୍ଦେଶ୍ୟ ନୁହେଁ । ସମ୍ରାଟ ପୃଥ୍ୱୀରାଜ ଆମ ସମସ୍ତଙ୍କର । ତାଙ୍କ ବିଷୟରେ ପ୍ରଶଂସକମାନେ ଅଧିକରୁ ଅଧିକ ଜାଣିବା ଜରୁରୀ ।

୩ ଜୁନରେ ଏହି ଫିଲ୍ମ ସର୍ବ ଭାରତୀୟସ୍ତରରେ ରିଲିଜ ହେବ । ଏହାର ଟ୍ରେଲର ଏବଂ ପ୍ରମୋକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି । ଫିଲ୍ମ ଆଶାଠାରୁ ଅଧିକ ବ୍ୟବସାୟ କରିବ ବୋଲି ନିର୍ମାତାଙ୍କ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଅକ୍ଷୟଙ୍କ ବ୍ୟତୀତ ସୋନୁ ସୁଦ, ସଞ୍ଜୟ ଦତ ଓ ମାନୁଷୀ ଚିଲ୍ଲାର ଅଭିନୟ କରୁଛନ୍ତି ।

Leave A Reply

Your email address will not be published.