Latest Odisha News

BREAKING NEWS

ରାଜ୍ୟସ୍ତରୀୟ ସନ୍ତରଣ ଚାମ୍ପିୟନଶିପ ମେ ୨୮ରୁ: ଅଂଶଗ୍ରହଣ କରିବେ ୨୫୮ ପ୍ରତିଯୋଗୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲ କମ୍ପେ୍ଲକ୍ସରେ ମେ ୨୮ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଜୁନିୟର ଓ ସବଜୁନିୟର ସନ୍ତରଣ ଚାମ୍ପିୟନଶିପ । ୨୦ ଜିଲ୍ଲାର ୭୧ ବାଳିକାଙ୍କ ସମେତ ମୋଟ ୨୫୮ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ । ଓଡିଶା ଯୁବ ଓ କ୍ରୀଡା ବିଭାଗ ଓ ରାଜ୍ୟ ସନ୍ତରଣ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହେବ । ୫୦ ଟେକ୍ନିକାଲ ଅଫିସିଆଲ ଏହାକୁ ପରିଚାଳନା କରିବେ ।

ଶନିବାର ସନ୍ଧ୍ୟାରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ଉଦଘାଟନ କରିବେ । ଏଥିରେ ଭଲ ପ୍ରଦର୍ଶନ କରିଥିବା ସନ୍ତରଣକାରୀ ଆସନ୍ତା ମାସରେ ରାଜକୋଟ (ଜାତୀୟ ସବଜୁନିୟର) ଓ ଜୁଲାଇ ୧୬ରୁ ୨୦ ଭୁବନେଶ୍ୱର(ଜୁନିୟର)ରେ ହେବାକୁ ଥିବା ଜାତୀୟ ସନ୍ତରଣ ଚାମ୍ପିୟନଶିପ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

Leave A Reply

Your email address will not be published.