Latest Odisha News

BREAKING NEWS

ଭଦ୍ରକରେ ବସ୍ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଅନେକ ବ୍ଲକ୍ ଓ ପଞ୍ଚାୟତକୁ ଚଳାଚଳ କରୁଥିବା ଛୋଟଛୋଟ ଗାଡି ଗୁଡିକୁ ବିରୋଧ କରି ଭଦ୍ରକ ଘରୋଇ ବସ୍ ମାଲିକ ସଂଘ ସିଣ୍ଡିକେଟ୍ ପକ୍ଷରୁ ଗୁରୁବାର ଦିନ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ସଂଘର ସିଣ୍ଡିକେଟ୍ ସଦସ୍ୟ କହିଛନ୍ତି ଯେ, ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତକୁ ଲୋକାଲ୍ ବସ୍ ଚଳାଚଳ କରୁଥିବା ବେଳେ କିଛି ଛୋଟଛୋଟ ଗାଡି ବସ୍ ପହଞ୍ଚିବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଯାତ୍ରୀଙ୍କୁ ଉଠାଇ ନେଉଛନ୍ତି, ଯାହା ଫଳରେ ଉପଯୁକ୍ତ ପରିମାଣର ଯାତ୍ରୀ ନହେବାରୁ ବସ୍ ମାଲିକମାନେ କ୍ଷତି ସହୁଛନ୍ତି ।

ତେବେ ଏନେଇ ଆଞ୍ଚଳିକ ପରିବହନ ନିଗମ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

Leave A Reply

Your email address will not be published.