Latest Odisha News

BREAKING NEWS

କୋଭିଡ୍‌ ନିୟମ ଉଲ୍ଲଂଘନ; ରାଜଧାନୀର ଏକ ଘରୋଇ କୋଚିଂ ସେଣ୍ଟର ସିଲ୍‌

ଭୁବନେଶ୍ୱର: କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନ କରିବା ନେଇ ବିଏମସି ସୋମବାର ସହରର ଏକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍ କରିଛି।

ସୂଚନାନୁସାରେ, ବିଏମସି ଆଇଆରସି ଭିଲେଜରେ ଥିବା ଶ୍ରୀ ବିନାୟକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍‌ କରିଛି।

କରୋନା ଉତ୍ତେଜନା ମଧ୍ୟରେ ଓଡ଼ିଶା ସରକାର ସୋମବାର ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ଖାଲି କରିବାକୁ କୁହାଯାଇଥିଲା।

ତଥାପି ଏହି କୋଚିଂ ସେଣ୍ଟରରେ କ୍ଲାସ୍ ଜାରି ରହିଥିଲା।

ଆସିଷ୍ଟାଣ୍ଟ କମିଶନର ଲିଲନ ସାହୁ ଏବଂ ଏନଫୋର୍ସମେଣ୍ଟ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ସହ ଏକ ଟିମ୍ ଆଜି ସକାଳେ କୋଚିଂ ସେଣ୍ଟର ପରିଦର୍ଶନ କରି ଏହି କୋଭିଡ୍‌ ନିୟମ ଉଲ୍ଲଂଘନ ହୋଇଥିବା ଜାଣିବା ପରେ ଏହାକୁ ସିଲ୍ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.