Latest Odisha News

BREAKING NEWS

ଲାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ; ମୁମ୍ବାଇ-ଭୁବନେଶ୍ୱର ଇଣ୍ଡିଗୋ ଫ୍ଲାଇଟ ବାତିଲ

ମୁମ୍ବାଇ:ଲାଣ୍ଡିଂ ସମୟରେ ରନୱେରେ ପିଟି ହେଲା ଘରୋଇ ଜେଟ ବିମାନ । ବିମାନରେ ଥିଲେ ୮ ଜଣ ଯାତ୍ରୀ ।   ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ପାଇଲଟଙ୍କ ସମେତ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । । ଏମିତି ଘଟଣା ଗୁରୁବାର ସନ୍ଧ୍ୟାରେ ମୁମ୍ବାଇ ବିମାନ ବନ୍ଦରରରେ ଘଟିଛି । ଅତ୍ୟଧିକ ବର୍ଷାଯୋଗୁ ବିମାନଟି ଲାଣ୍ଡିଂ ସମୟରେ କ୍ରାଶ କରି ଯାଇଥିଲା ।

ବିଏମସିର କହିବା ଅନୁଯାୟୀ, ଗୁରୁତର ୩ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରନୱେରେ ଭିଜିବିଲିଟି ୭୦୦ ମିଟର ଥିଲା ।

ନାଗରିକ ଉଡାଣ ମହାନିର୍ଦ୍ଦେଶାଳୟର କହିବା ଅନୁସାରେ, ଭିଏସଆର ଭେନଚର୍ସ ଲିୟରଜେଟ ୪୫ ବିମାନ ଭାଇଜାକରୁ ଉଡାଣ ଭରିଥିଲା । ବିମାନଟି ମୁମ୍ବାଇ ଅଭିମୁଖେ ଆସୁଥିଲା ।  ମୁମ୍ବାଇ ଏୟାରପୋର୍ଟର ୨୭ ନମ୍ବର ରନୱେରେ ଲାଣ୍ଡିଂ କରିବା ସମୟରେ ଏହା ପିଟି ହୋଇ ଯାଇଥିଲା । ଏଥିର ୬ ଜଣ ଯାତ୍ରୀଙ୍କ ସମେତ ୨ ଜଣ କ୍୍ରୁ ମେମ୍ବର ଥିଲେ ।

  ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିମାନବନ୍ଦର ରନଓ୍ୱେକୁ ସାମୟିକ ଭାବେ ପରିବର୍ତ୍ତନ କରାଯାଇଛି। ଏହି ଦୁର୍ଘଟଣା ଯୋଗୁ ମୁମ୍ବାଇରୁ ଭୁବନେଶ୍ୱର  ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବାତିଲ କରାଯାଇଛି ।

Comments are closed.