Latest Odisha News

BREAKING NEWS

ଘୁଷୁରୀ ଭ୍ରୁଣରୁ ବୈଜ୍ଞାନିକମାନେ ବିକସିତ କଲେ ମାନବ କୋଷ ଥିବା କିଡନୀ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଘୁୁଷୁରୀ ଭ୍ରୁଣରୁ ମାନବ କୋଷିକା ଥିବା କିଡନୀ ବିକସିତ କରିବାରେ ସଫଳତା ହାସଲ କରିଛନ୍ତି । ଏହା ଆଗାମୀ ଦିନରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି । ଯଦି ସବୁ କିଛି ଠିକଠାକ ରୁହେ ତେବେ ମନୁଷ୍ୟର କିଡନୀ ସମେତ ଅନ୍ର ଅଙ୍ଗର ପ୍ରତ୍ୟରୋର୍ପଣ କରାଯାଇ ପାରିବ । ସେଲ ଷ୍ଟେମ ସେଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଘୁଷୁରୀ ଭ୍ରୁଣରେ ଆନୁବଂଶିକ ସଂରଚନାରେ ପରିବର୍ତନ କରାଯାଇଥିଲା । ପ୍ରଥମ ଥର ଅନ୍ୟ କୌଣସି ପ୍ରଜାତିର ଶରୀରରେ ମାନବର ଆଭ୍ୟନ୍ତରଣ ଅଙ୍ଗ ବିକାଶ ହୋଇଛି । ମଣିଷ ଏବଂ ଘୁଷୁରୀର ଡିଏନଏକୁ ପରେ ମେଳ କରିବାରୁ ଏଥିରେ ୬୦ ପ୍ରତିଶତ ମଣିଷ କୋଷିକା ରହିଛି ।

ତେବେ ଏହି ପରୀକ୍ଷଣରେ ନିରୀହ ପଶୁକୁ ପ୍ରୟୋଗ କରାଯାଉଥିବାରୁ ଏହାକୁ ବିରୋଧ କରାଯାଉଛି । ଏହା ସେମାନଙ୍କ ବିଶେଷ କ୍ଷତି ଘଟାଉଥିଲେ ମଧ୍ୟ ବ୍ୟବହାରରେ ପରିବର୍ତନ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ଗବେଷଣା ଜାରୀ ରହିବ ଏବଂ ଆଗକୁ ଆହୁରି ଭଲ ଫଳାଫଳ ଆମେ ପାଇବୁ ବୋଲି ବୈଜ୍ଞାନିକମାନେ ଦୃଢ଼ତା ସହକାରେ କହିଛନ୍ତି ।

Leave A Reply

Your email address will not be published.