କଟକ: ଘରୋଇ ବିଦ୍ୟାଳୟ ସଙ୍ଗଠନ ଗୁଡିକ ସ୍କୁଲ ଫି’ ଏବଂ ଅନ୍ୟାନ୍ୟ ଅନୁଷ୍ଠାନିକ ଶୁଳ୍କ ଛାଡ଼କୁ ଦୃଢ ବିରୋଧ କରିଛନ୍ତି।
ଓଡ଼ିଶା ଅଭିଭାବାକ ମହାସଙ୍ଗଙ୍କ ଦ୍ୱାରା ଏକ ପିଏଲର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହି ପ୍ରସଙ୍ଗରେ ଘରୋଇ ବିଦ୍ୟାଳୟକୁ ଉତ୍ତର ମାଗିଥିଲେ। ଏପରିକି ଏସଂକ୍ରାନ୍ତୀୟ ପରବର୍ତ୍ତୀ ଶୁଣାଣି ମେ ୨୬ ରେ ହେବ।
ଏନେଇ କନଫେଡେରେସନ୍ ଅଫ୍ ଓଡିଶା ପବ୍ଲିକ୍ ସ୍କୁଲ୍ ଯୁକ୍ତି ବାଢିଛି ଯେ ପ୍ରାୟ ୨୦୦୦ ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ସେମାନଙ୍କ ଅନୁଷ୍ଠାନ ଚଳାଇବା ପାଇଁ ଜାତୀୟକରଣ ବ୍ୟାଙ୍କ ଏବଂ ଘରୋଇ ଆର୍ଥିକ ପ୍ରତିଷ୍ଠାନରୁ ଋଣ ନେଇଛନ୍ତି।
“ଏହି ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଦରମା, ବିଦ୍ୟୁତ୍ ବିଲ୍, ୱାଟର ସେସ୍ ଏବଂ ଅନ୍ୟାନ୍ୟ ଦୈନିକ ଖର୍ଚ୍ଚ ପରି ମାସିକ ଖର୍ଚ୍ଚ ରହିଛି। ଉପରୋକ୍ତ ଖର୍ଚ୍ଚ ପୂରଣ କରିବା ପାଇଁ ଏହି ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ସ୍କୁଲ ଫି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ” ବୋଲି ପିଟିସନରେ କୁହାଯାଇଛି।
ଆହୁରି ମଧ୍ୟ ଜୁମ୍, ହ୍ବାଟ୍ସ ଆପ୍ ଏବଂ ଅନ୍ୟାନ୍ୟ ଆପ୍ ମାଧ୍ୟମରେ ୯୦ ପ୍ରତିଶତ ଘରୋଇ ବିଦ୍ୟାଳୟ ଗୁଡିକ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ୍ ସୁବିଧା ଯୋଗାଉଛନ୍ତି। ଏହି କ୍ଲାସ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ଚାଲୁଥିବା ବେଳେ ଲକଡାଉନ୍ ସମୟରେ ହ୍ବାଟ୍ସଆପ୍ କିମ୍ବା ମେଲ ମାଧ୍ୟମରେ ଅଧ୍ୟୟନ ସମ୍ପର୍କୀତ ସଫ୍ଟ କପି ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ଉଲ୍ଲେଖ ରହିଛି ।
ଏଥିରେ ଦର୍ଶାଯାଇଛି ଯେ, ଯଦି ସ୍କୁଲ ଫି ଛାଡ କରାଯାଏ, ତେବେ ଏହି ଶିକ୍ଷକମାନଙ୍କୁ ବେତନ ଦେବା ବିଦ୍ୟାଳୟମାନଙ୍କ ପକ୍ଷେ ସମ୍ଭବ ହେବ ନାହିଁ।
Comments are closed.